ନୟାଗଡ :ନୟାଗଡ଼:ରାଜ୍ୟ ସରକାର ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ନୟାଗଡ଼ ଜିଲ୍ଲାର ୩ ଜଣ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି କରାଯାଇଛି । କିନ୍ତୁ ଗୋଷ୍ଠୀ ଶିକ୍ଷାଧିକାରୀ ବଦଳି ସ୍ଥାନକୁ ନଯାଇ ଓଡ଼ଗାଁ ରେ ପୁନର୍ବାର ରହିବେ ସେଥିପାଇଁ ନେତା, ମନ୍ତ୍ରୀଙ୍କ ଶରଣାପନ୍ନ ହୋଇଛନ୍ତି ।ଓଡାଗାଁରେ ଗୋଷ୍ଠୀ ଶିକ୍ଷାଧିକାରୀ ଥିବା ସମୟରେ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେବା, ଶିକ୍ଷକ ମାନଙ୍କୁ ରତିଆଧିଆ ଡେପୁଟେସନରେ ପଠାଇବା, ଶିକ୍ଷକ ନେତାଙ୍କୁ ହାତବାରିସି କରି ମଧ୍ୟାହ୍ନ ଭୋଜନରୁ ଅର୍ଥ ଆଦାୟ କରିବା, ପୋଷାକ ବଣ୍ଟନରେ ବ୍ୟାପକ ଅନିୟମିତତା କରିବା ଅଭିଯୋଗ ଆସିଥିଲା । ମାତ୍ର ଉପରିସ୍ଥ ଅଧିକାରୀଙ୍କୁ ଧରି ଖସିଯାଉଥିଲେ ।ଏବେ କେନ୍ଦ୍ରାପଡ଼ାକୁ ବଦଳି ହେବା ପରେ ଶିକ୍ଷକ ନେତାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି । କେତେକ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ, ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ପାଖେ ପାଖେ ରହି ବିଦ୍ୟାଳୟକୁ ଆଦୌ ଯାଉନଥିବା ଶିକ୍ଷକ ଙ୍କୁ
ଅନ୍ୟତ୍ର ବଦଳି କରାଯିବା ଆଶଙ୍କା କରି ଏହି ଶିକ୍ଷକ ନେତାମାନେ ଭଲ ଗୋଷ୍ଠୀ ଶିକ୍ଷାଧିକାରୀ କହି ନେତାଙ୍କ ପାଖରେ ଲବି କରୁଛନ୍ତି ।ଗୋଷ୍ଠୀ ଶିକ୍ଷାଧିକାରୀ ଶିକ୍ଷକ ନେତାଙ୍କ କଥାରେ ଉଠବସ୍ ହେଉଥିବାରୁ ସେ ବଦଳି ହେବାପରେ ତାଙ୍କର ପତିଆରା ଭାଙ୍ଗିଯିବ ବା ଅନ୍ୟ ଶିକ୍ଷକ ତାଙ୍କୁ ସମାଲୋଚନା କରିବେ ସେ ଡରରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।ସରକାରଙ୍କର ବଦଳି ପ୍ରକ୍ରିୟାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରି ପୁଣିଥରେ ଗାଦି ମାଡ଼ିବସିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ବୋଲି କିଛି ଶିକ୍ଷକ ଗୁପ୍ତ ଭାବେ ସୂଚନା ଦେଇଛନ୍ତି ।
