ପାକିସ୍ତାନରେ ତ୍ରିରଙ୍ଗା ଉଡ଼ାଇ ଯୁବକ ଗିରଫ

add-all

ଲାହୋର: ପାକିସ୍ତାନ ଏବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି। ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡି ଭଳି ତିନୋଟି ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି। ନିକଟରେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ ଗିରଫ ହୋଇଛି । ସୁରକ୍ଷାକର୍ମୀମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପାଖକୁ ଆସି ତ୍ରିରଙ୍ଗା ଜବତ କରିଥିଲେ। ଖାଲି ସେତିକି ନୁହେଁ, ଯୁବକଙ୍କୁ କଲର ଧରି ଷ୍ଟାଡିୟମରୁ ବାହାରକୁ ନିଆଯାଇଥିଲା। ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।
ସୋସିଆଲ ମିଡିଆରେ ଏସଂପର୍କିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ଷ୍ଟାଡିୟମରେ ଭାରତୀୟ ପତାକା ଧରିଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟି ଲାହୋରର ଗଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ବୋଲି ଜଣାପଡିଛି । ଏହି ସମୟରେ ଜଣେ ଯୁବକ ଭାରତୀୟ ପତାକା ହଲାଉଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା କର୍ମୀମାନେ ଯୁବକଙ୍କ ପାଖକୁ ଯାଇ ତାଙ୍କ କଲର ଧରି ତାଙ୍କୁ ସିଟ୍ ରୁ ଉଠାଇ ନେଇଥିଲେ। ଏହାପରେ ସେମାନେ ତାଙ୍କ ପୋଷାକକୁ ଧରି ବାହରକୁ ଟାଣି ନେଇ ଯାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ad-week
Leave A Reply

Your email address will not be published.