ଦିଲ୍ଲୀ ଅବକାରୀ ନୀତି ଯୋଗୁଁ ୨୦୦୦ କୋଟି କ୍ଷତି : ସିଏଜି

add-all

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ଆଗତ ସିଏଜି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ତତକାଳୀନ କେଜ୍ରିଓ୍ବାଲ ସରକାର ଆଣିଥିବା ଅବକାରୀ ନୀତି ଯୋଗୁଁ ଦିଲ୍ଲୀ ସରକାରଙ୍କ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ହୋଇଥିଲା ।
ବିଧାନସଭାରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ୨୦୨୧-୨୦୨୨ ର ଆଇନ ଯୋଗୁଁ ଦିଲ୍ଲୀ ସରକାର ୨ ହଜାର କୋଟିରୁ ଅଧିକ କ୍ଷତି ସହିଛନ୍ତି। ଏହି ଦୁର୍ନୀତି ଯୋଗୁଁ ହିଁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ହୋଇଥିବା ଦୁର୍ନୀତିକୁ ନେଇ ତିହାର ଜେଲରେ ମାସ ମାସ ବିତାଇଛନ୍ତି।
ଆମ୍ ଆଦମୀ ପାର୍ଟି ସରକାରକୁ ନେଇ ଦିଲ୍ଲୀ ବିଧାନସଭାରେ ମୋଟ ୧୪ଟି ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଛି। ଏହା ସେହି ରିପୋର୍ଟ ମଧ୍ୟରୁ ଗୋଟିଏ ଥିଲା। ଲାଇସେନ୍ସ ପ୍ରଦାନ ବେଳେ ପ୍ରଚଳିତ ପ୍ରକ୍ରିୟାର ଉଲ୍ଲଂଘନ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାବ୍ୟତୀତ ମଦ ନୀତିରେ ପରିବର୍ତ୍ତନ ପାଇଁ ଗଠିତ ବିଶେଷଜ୍ଞ କମିଟିର ସୁପାରିସକୁ ମଧ୍ୟ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଅଣଦେଖା କରିଥିଲେ। ରିପୋର୍ଟରେ ସରକାରୀ ରାଜକୋଷକୁ ୯୪୧.୫୩ କୋଟି ଟଙ୍କାର ରାଜସ୍ୱ କ୍ଷତି, ଲାଇସେନ୍ସ ଫି’ରେ ପ୍ରାୟ ୮୯୦.୧୫ କୋଟି ଟଙ୍କା କ୍ଷତି ଏବଂ ଅନ୍ୟ କେତେକ ରିହାତି ଯୋଗୁଁ ୧୪୪ କୋଟି ଟଙ୍କାର ଅଭାବ ଥିବା ଦର୍ଶାଯାଇଛି। ଏହିପରିଭାବେ ରାଜ୍ୟର ପ୍ରାୟ ୨ ହଜାର କୋଟି କ୍ଷତି ହୋଇଥିଲା ବୋଲି ରିପୋର୍ଟ କହିଛି।

ad-week
Leave A Reply

Your email address will not be published.