ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ:ଓଁ ନମଃ ଶିବାୟ ଧ୍ୱନି ରେ ପ୍ରକମ୍ପିତ , ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼…

ଛତ୍ରପୁର ,: ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଓ ଆଖ ପାଖ ଅଂଚଳ ର ବିଭିନ୍ନ ଶୈବ ପୀରେ ମହାଶିବରାତ୍ରି ଧୁମ୍‌ଧାମ୍‌ରେ ପାଳନ ହୋଇଛି । ଛତ୍ରପୁର ସ୍ଥିତ ଆଗ୍ରହରମ ସାହି ସ୍ଥିତ ଶ୍ରୀଶ୍ରୀ ଗୌରୀଶଙ୍କର ମନ୍ଦିର,ପୁତି ଗୋପାଳପୁର ସ୍ଥିତ ବିଶ୍ୱେଶ୍ଵର ମନ୍ଦିର, ନିୟୁପୋଲିସ ଲାଇନ ସ୍ଥିତ ବିରେଶ୍ୱର ମନ୍ଦିର,ବିନୋଦ ବିହାରୀ ସ୍ଥିତ ଶ୍ରୀ ଚନ୍ଦ୍ର ଶେଖର, ବଜାର ନିକଟରେ ଥିବା ନୀଳକଣ୍ଠେଶ୍ଵର, ତାଡେ଼ପଲ୍ଲୀ ସ୍ଥିତ ବଡ଼ ଜଗନ୍ନାଥ ମନ୍ଦିରରେ କାଶୀବିଶ୍ଵନାଥ, ଚମାଖଣ୍ଡି ଛକ ନିକଟ ମଲ୍ଲିକେଶ୍ଵରଓ ସୁନ୍ଦରପୁର ସ୍ଥିତ ସୁନ୍ଦରରେଶ୍ଵର ମନ୍ଦିର, ହରିଣେଶ୍ୱର, ଧବଳେଶ୍ଵର ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକ ରେ ଓଁ ନମଃ ଶିବାୟ ଧ୍ୱନି ରେ ପ୍ରକମ୍ପିତ ହୋଇଛି ପୀଠ ଓ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୀଠ ଗୁଡିକ ରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ଯଥାବିଧି ନୀତିକାନ୍ତି ଆରମ୍ଭ ହୋଇ ରାତ୍ର ରେ ମହାଦୀପ ଉଠା ହେଲା ପର୍ଯ୍ୟନ୍ତ ପୂଜାଅର୍ଚ୍ଚନା କରାଯାଇଛି । ମନ୍ଦିର ଗୁଡିକ ରେ ମହିଳା ଓ ପୁରୁଷ ମାନେ ଅଲଗା ଅଲଗା ଦର୍ଶନ କରିବା ନିମନ୍ତେ ବ୍ୟାରିକେଟ ବନ୍ଧା ହୋଇଥିଲା, ଶ୍ରଦ୍ଧାଳୁ ମାନେ ସେମାନଙ୍କ ପୂଜାଅର୍ଚ୍ଚନା ସଠିକ ଭାବେ କରିବା ସହିତ ଶିବଙ୍କ ଦର୍ଶନ କରିଛନ୍ତି l ଶୈବ ପୀଠ ଗୁଡିକ ପ୍ରବଳ ଭକ୍ତଙ୍କ ସମାଗମ ସହ ସୁରକ୍ଷା ଦୃଷ୍ଟି କୁ ରଖି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ad-week
Leave A Reply

Your email address will not be published.