ନନ୍ଦାଗୁଡା ଗ୍ରାମରୁ ଆରମ୍ଭ ହେଲା ଜଳ ବିଭାଜିକା ଯାତ୍ରା…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରୁ ମାଲକାନାଗିରି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ପକ୍ଷ୍ୟରୁ ଜଳ ବିଭାଜିକା ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ନନ୍ଦାଗୁଡା ଗ୍ରାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ଡବ୍ଲ୍ୟୁଡିସି ଓ ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନାର ଲକ୍ଷ୍ୟ, ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି। ଗ୍ରାମାଞ୍ଚଳରେ ଉତ୍କୃଷ୍ଟ କୃଷି କାର୍ଯ୍ୟ ଲାଗି ମୃତ୍ତିକା ସଂରକ୍ଷଣ ସହ ଉପଯୁକ୍ତ ପଦ୍ଧତିରେ ଜଳସେଚନ ଆବଶ୍ୟକ ରହିଛି। ଏଥିଲାଗି କୃଷକମାନଙ୍କ ଚାଷ ଜମିରେ ମୃତ୍ତିକା ସରଂକ୍ଷଣ ସହ ଉପଯୁକ୍ତ ଜଳସେଚନ ପାଇଁ ବିଭାଗ ପକ୍ଷରୁ ଉପଲବ୍ଧ ବିଭିନ୍ନ ଯୋଜନା ସମ୍ପର୍କରେ କୁହାଯାଇଛି। ଏଥିସହ ଉଦ୍ୟାନ କୃଷି ମାଧ୍ୟମରେ ବିଭିନ୍ନ ଚାରା ରୋପଣ କରି ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସମୀର କୁମାର ଶବର, ପଡିଆ ସରପଞ୍ଚ ଗଙ୍ଗା କାରାମ, ମାଟେରୁ ସରପଞ୍ଚ ଲକ୍ଷ୍ମଣ ମାଡକାମୀ, ନନ୍ଦାଗୁଡା ଓ କୋଲାଗୋଣ୍ଡା ଗ୍ରାମ ମୁଖିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଚଳିତ ବର୍ଷ ଉଦ୍ୟାନ କୃଷି କ୍ଷେତ୍ରରେ ପାରଦର୍ଶୀତା ପାଇଁ ଏକାଧିକ ଚାଷୀଙ୍କୁ ସମ୍ମାନୀୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ କୋୟା ନୃତ୍ୟ ତାଳେ ତାଳେ ମୃତ୍ତିକା ସଂରକ୍ଷଣ ଓ ଜଳ ସେଚନ ବିଭାଗ ପକ୍ଷରୁ ଏକ ଜଳ ବିଭାଜିକା ଯାତ୍ରା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବା ସହ ନନ୍ଦାଗୁଡା ଗ୍ରାମରେ ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଅଛି। ଏହି କାର୍ଯ୍ୟକ୍ରମକୁ ଏସ୍ ଦୀପ୍ତି ରଞ୍ଜନ, ନରେଶ ଚନ୍ଦ୍ର ଦିଗାଲ, ବର୍ଷା ମହାନ୍ତି, ନିହାର ରଞ୍ଜନ ଜେନା, ରାଜେନ୍ଦ୍ର ପ୍ରଧାନ, ମଙ୍ଗଲ ଶାହା ଓ ମୁକ୍ତିକାନ୍ତ ତ୍ରିପାଠୀ ପ୍ରମୁଖ ଆୟୋଜନ କରିଥିବା ବେଳେ ନନ୍ଦାଗୁଡା, ବଜାଗୁଡା, କାଲଦାପଲ୍ଲୀ ପଞ୍ଚାୟତର କୋଲାଗୋଣ୍ଡା ଜଳ ସେଚନ କମିଟି ସଦସ୍ୟ ସମେତ ବିଭିନ୍ନ ଗ୍ରାମର ପ୍ରାୟ ଦେଢଶହରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.