ଜାତୀୟ ବିଜ୍ଞାନ ଦିବସ ଅବସରରେ ଶିକ୍ଷକ ସାମଗ୍ରୀ କର୍ମଶାଳାର ଆୟୋଜନ…

add-all

ମାଲକାନଗିରି : ଆଜି ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା କ୍ଲଷ୍ଟର ନିଲିମାରି ଆଶ୍ରମ ବିଦ୍ୟାଳୟ ରେ ଏକ ଶିକ୍ଷଣ ସାମଗ୍ରୀ କର୍ମଶାଳା ର ଆୟୋଜନ କରାଯାଇଛି l ସି.ଆର.ସି.ସି ଶ୍ରୀ ରଂଜିତ କୁମାର ନାୟକଙ୍କ ତତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ କରାଯାଇଥିଲା l ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ବିରା ମାଢି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱଳ୍ପ ମୂଲ୍ୟରେ ଟି.ଏଲ.ଏମ ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ମନୋରଞ୍ଜନ ସେଠୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ଏହା ବ୍ୟତୀତ ଏହି ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଆସି ଏହି କର୍ମଶାଳା ରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଯୋଗ ଦାନ କରି ଥିଲେ ଯଥା ତପସ୍ୱିନୀ ମହାପାତ୍ର, ତାପସୀ ଲସ୍କର, ମୀରା ମଣ୍ଡଳ, ଅଞ୍ଜଳି ଢ଼ାଲି, ସନ୍ଧ୍ୟା ରାଉତ,ଜୟଶ୍ରୀ ସୁଅର,ସବିତା ପାଣିଗ୍ରାହୀ. ଚନ୍ଦ୍ରିକା ବିଶ୍ୱାସ, ଗୀତାଞ୍ଜଳି ବିଶ୍ୱାସ ସର୍ବଶେଷରେ ବିନ୍ରଭା ରାଉତ ଏହି କର୍ମଶାଳା ସଭାର ଧନ୍ୟବାଦ ଭାଷଣ ଦେଇ ସଭା ସମାପ୍ତି କରିଥିଲେ l

ad-week
Leave A Reply

Your email address will not be published.