ସଡ଼କ ମଝିରୁ ୫ କେଜିର ଆଇଇଡି ଜବତ ଏବଂ ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ…

add-all


ମାଲକାନଗିରି,୨୮।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ଯବାନଙ୍କ ମାଓ ଦମନ ତଲାସି ଅଭିଯାନ ବେଳେ ଗୋଟିଏ ଆଇଇଡି ବୋମାକୁ ଜବତ କରି ନିଷ୍କ୍ରିୟ କରାଯାଇଛି। ସୂଚନା ଅନୁଯାୟୀ ଛତିଶଗଡର କୋଣ୍ଟା ଥାନା ଅନ୍ତର୍ଗତ ଗୋଲ୍ଲାପାଲି ରାସ୍ତାର ବନ୍ଦା ଗ୍ରାମ ନିକଟରେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ନକ୍ସଲମାନେ ଖଞ୍ଜିଥିବା ୫ କେଜିର ଆଇଇଡିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଯବାନଙ୍କ ଦ୍ଵାରା ନିଷ୍କ୍ରିୟ କରାଯାଇଛି। ସୁରକ୍ଷା ବାହିନୀକୁ ଜଣେ ସୂଚନାଦାତାଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ମାଇନିଂ ଅପରେଶନ କରାଯାଇଥିଲା। ସିଆରପିଏଫ ୨୨୮ ବାଟାଲିୟନ ଏବଂ ଜିଲ୍ଲା ପୋଲିସର ଏକ ମିଳିତ ଦଳ ମାଇନିଙ୍ଗ ଅପରେସନ ବେଳେ ଗୁରୁବାର ଦିନ ୫ କିଲୋ ଆଇଇଡି ଜବତ କରିଛି। ଏନେଇ କୋଣ୍ଟା ଥାନାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୁରକ୍ଷା ବାହିନୀର ସତର୍କତା ଏବଂ ତତ୍ପର ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଗଲା। ଯବାନଙ୍କ ଦ୍ଵାରା ନକ୍ସଲଙ୍କ ମନ୍ଦ ଉଦ୍ଦେଶ୍ୟ ପଣ୍ଡ ହୋଇଯାଇଛି। ନକ୍ସଲ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ବନ୍ଦ କରିବା ନିମନ୍ତେ ଯେକୌଣସି ସନ୍ଦିଗ୍ଧ ବସ୍ତୁ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ପୁଲିସ କିମ୍ବା ସୁରକ୍ଷାବାହିନୀଙ୍କୁ ସୂଚନା ଦେବାକୁ ପୋଲିସ ପ୍ରଶାସନ ମାଓ ପ୍ରବଣ ଅଞ୍ଚଳର ଲୋକମାନଙ୍କୁ ନିବେଦନ କରିଛି।

ad-week
Leave A Reply

Your email address will not be published.