୪ ସକ୍ରିୟ ନକ୍ସଲ ବିସ୍ଫୋରକ ଏବଂ ନକ୍ସଲ ପୁସ୍ତିକା ସହ ଗିରଫ…

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାରେ ୪ ସନ୍ଦିଗ୍ଧ ନକ୍ସଲ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଜଙ୍ଗଲରେ ମଧ୍ୟରେ ଯୋଜନା କରିବାକୁ ଆସିଥିଲେ। ହେଲେ ସୁରକ୍ଷାବାହିନୀର ତତ୍ପର ପଦକ୍ଷେପ ଯୋଗୁଁ ପୁଲିସ ହାତରେ ଧରା ପଡିଲେ।ଏହି ୪ ନକ୍ସଲଙ୍କୁ ଗିରଫ କରିବାରେ ଚିନ୍ତାଲନାର ପୁଲିସ ଏବଂ ସିଆରପିଏଫ ୭୪ ବାଟାଲିୟନର ବିଶେଷ ଭୂମିକା ରହିଛି।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲା ସୁରକ୍ଷାବାହିନୀ ବରିଷ୍ଠ ଅଧିକାରୀଙ୍କ ମାର୍ଗଦର୍ଶନରେ ନକ୍ସଲ ନିପାତ ଅଭିଯାନ ଜାରି ରହିଛି। ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଚିନ୍ତଲନାର ପୋଲିସ ଏବଂ ସିଆରପିଏଫ ୭୪ ବାଟାଲିୟନର ଏକ ମିଳିତ ଦଳ ମାଓ ପ୍ରବଣ ଅଞ୍ଚଳକୁ ଏରିଆ ଡୋମିନେସନ ଏବଂ ସର୍ଚ୍ଚ ଅପରେସନରେ ପାଇଁ ରାଭଗୁଡ଼ା ଗ୍ରାମ ଆଖପାଖ ଅଞ୍ଚଳକୁ ବାହାରିଥିଲେ। ଅଭିଯାନ ବେଳେ ରାଭଗୁଡ଼ା ଜଙ୍ଗଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ପୋଲିସ ଦଳକୁ ଦେଖି ଲୁଚିବାକୁ ଚେଷ୍ଟା କରିଥିଲେ। ସନ୍ଦିଗ୍ଧ ଚାରି ବ୍ୟକ୍ତିଙ୍କୁ ଯବାନମାନେ ଘେରି ଗିରଫ କରିଥିଲେ।ଗିରଫ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ପରେ ଜଣାପଡିଲା ଯେ ସେମାନେ ସୁକମା ଜିଲ୍ଲା ଚିନ୍ତଲନାର ଥାନା ମୋରପାଲି ଗ୍ରାମରୁ ଆସି ନକ୍ସଲ ସଂଗଠନରେ କାମ କରୁଥିଲେ। ଗିରଫ ଅଭିଯୁକ୍ତଙ୍କ ନିକଟରୁ 15 ଟି ଜିଲାଟିନ୍ ରଡ୍, 02 ଟି ବୈଦ୍ୟୁତିକ ଡେଟୋନେଟର, 08 ଟି ଅଣ-ବୈଦ୍ୟୁତିକ ଡେଟୋନେଟର, ପ୍ରାୟ 12 ମିଟର କର୍ଡେକ୍ସ ତାର (4 ଟି ପୃଥକ ଗୁଚ୍ଛ), 10 ଟି ନକ୍ସଲ ପାମ୍ଫଲେଟ୍, 1 ଟି କମାଣ୍ଡ ସ୍ୱିଚ୍, 1 ଟି ଛୁଞ୍ଚି ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ପୁଲିସ ଏବଂ ସୁରକ୍ଷାବାହିନୀର ଯବାନ ମାନେ ଯେଉଁ ମାର୍ଗ ଦେଇ ଅପରେସନ କରୁଛନ୍ତି ସେହି ମାର୍ଗରେ ବିସ୍ଫୋରକ ଖଞ୍ଜି ତାଙ୍କୁ କ୍ଷତି ପହଁଞ୍ଚାଇବା ଉଦ୍ଦେଶ୍ୟରେ ବିସ୍ଫୋରକ ସାମଗ୍ରୀ ଆଣିଥିବା ଏବଂ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ନକ୍ସଲପନ୍ଥିଙ୍କ ପାମ୍ଫଲେଟ୍ ବଣ୍ଟନ କରି ପ୍ରଚାର କରିବା ପାଇଁ ଏକାଠି ହୋଇଥିଲେ ବୋଲି ସ୍ବୀକାର କରିଛନ୍ତି। ଉଦ୍ଧାର ସାମଗ୍ରୀ ଏବଂ ଗିରଫ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ନକ୍ସଲ ରେକର୍ଡ ଯାଞ୍ଚ କରିବା ପରେ, ଚିନ୍ତାଲନାର ଥାନାରେ ଅପରାଧ ନମ୍ବର 04/2025, ବିସ୍ଫୋରକ ପଦାର୍ଥ ଆଇନର ଧାରା 4, 5 ଅନୁଯାୟୀ ପୂର୍ବରୁ ଏକ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡିଥିଲା।ଉପରୋକ୍ତ ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପରେ ସେମାନଙ୍କୁ ଆଜି ବିଧିବଦ୍ଧ ଭାବରେ ଗିରଫ କରାଯାଇ ମାନ୍ୟବର କୋର୍ଟରେ ହାଜର ସହ ଜେଲକୁ ପଠାଯାଇଛି ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.