ରାଜଧାନୀରେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍

add-all

ଭୁବନେଶ୍ଵର: ରାଜଧାନୀରେ ଜଣେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍ ଚର୍ଚ୍ଚାର ବିଷୟ ପାଲଟିଛି। ହନିଟ୍ରାପରେ ପଡି ସ୍ଵାମୀ ଲକ୍ଷାଧିକ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀସାଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ତଦନ୍ତ ଜାରି ରଖିଛି। ଇନଫୋସିଟି ଥାନା ଅଧୀନରେ ଅଧ୍ୟାପିକା ଜଣକ ରହୁଛନ୍ତି। ଲକ୍ଷ୍ମୀସାଗରରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଜାଲରେ ପଡିଥିଲେ। ନ୍ୟୁଡ୍ କଲ୍ ଜରିଆରେ ଅଧ୍ୟାପିକା ତାଙ୍କୁ ବ୍ଲାକମେଲ୍ କରି ଅନେକ ଟଙ୍କା ନେଇ ଚାଲିଥିଲେ। ଏହି ଘଟଣା ୨୦୧୨ ମସିହାରୁ ଘଟିଥିବାବେଳେ ସ୍ତ୍ରୀ ଏବେ ଜାଣିବାକୁ ପାଇଥିଲେ। ସ୍ଵାମୀଙ୍କୁ ହନିଟ୍ରାପ୍ ରୁ ବଞ୍ଚାଇବା ପାଇଁ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ନ୍ୟୁଡ୍ କଲର ଫଟୋ ରଖି ଅଧ୍ୟାପିକା ତାଙ୍କ ସ୍ଵାମୀଙ୍କୁ ଦୀର୍ଘ ଦିନ ହେଲା ବ୍ଲାକମେଲ କରୁଥିଲା ଏବଂ ଟଙ୍କା ନଦେଲେ ସେହି ଫଟୋକୁ ପ୍ରଘଟ କରିବା ପାଇଁ ଧମକ ଦେଉଥିଲେ। ଏଥିରେ ଡରିଯାଇ ତାଙ୍କ ସ୍ଵାମୀ ଅଧ୍ୟାପିକାଙ୍କୁ ଏକାଧିକ ଥର ଟଙ୍କା ଦେଇଥିଲେ ଓ ତାଙ୍କ ସ୍ଵାମୀଙ୍କ ଭଳି ଅଧ୍ୟାପିକାଙ୍କ ନ୍ୟୁଡ କଲରେ ଏକାଧିକ ବ୍ୟକ୍ତି ଫସିଥିବା ସେ ଅଭିଯୋଗ ଆଣିଛନ୍ତି। ଉକ୍ତ ଅଧ୍ୟାପିକାଙ୍କୁ ତାଙ୍କ ସ୍ଵାମୀ ଛାଡ ପତ୍ର ଦେଇଥିବାବେଳେ ସେ ତାଙ୍କ ବାପା-ମାଆଙ୍କ ପାଖରେ ରହୁଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.