ହିଞ୍ଜିଳିକାଟୁ ୨!୩ ହିଞ୍ଜିଳିକାଟୁ ବ୍ଲକ୍ ସାରୁ ସମବାୟ ସମିତିରେ ଜଣେ ଚାଷୀ ମଣ୍ଡିରେ ଧାନ ବିକିବା ଲାଗି ପଞ୍ଜୀକରଣ କରିଥିବା ଜମି ଟାର୍ଗେଟ ଆସିବା ପରେ ସାରୁ ସେବା ସମବାୟ ସମ୍ପାଦକ ଙ୍କ ନାଁରେ ଅନିୟମିତତା ଅଭିଯୋଗ କରିଛନ୍ତିି | ସାରୁ ସେବା ସମବାୟ ସମିତିର ସମ୍ପାଦକ ଏକଚାଟିଆ ନୀତି ରେ ଚାଲିଛନ୍ତି ବୋଲି କୃଷକମାନେ ଅଭିଯୋଗ କରିଛନ୍ତିି।ଏହି ସମ୍ପାଦକ ଙ୍କ ଏକଚାଟିଆ ନୀତି ଯୋଗୁଁ କୃଷକ ମାନେ କୈାଣସି ସୁବିଧା ପାଇ ପାରୁନାହାନ୍ତି। ବିହନ ଠାରୁ ଆରମ୍ଭ କରି ସାର,ର୍ଋଣ ପ୍ରଦାନ,ଋଣ ଛାଡ,ଵୀମା ପ୍ରଦାନ ରେ ସମ୍ପାଦକ ହେରଫେର କରି ନିଜ ପକେଟ ଗରମ କରୁଛନ୍ତି। ସେହିପରି ଚାଷିମାନଙ୍କୁ ଧାନ ମଣ୍ଡି ସକାଶେ ପଞ୍ଜିକରଣ କରିପାରୁନଥିବା ବେଳେ ସମ୍ପାଦକ ଓ ମିଲରଙ୍କ ଅସାଧୁତା ଗୋଲକ ଧନ୍ଦାଯୋଗୁଁ ବ୍ୟବସାୟୀ ମାନଙ୍କ ନାମ ପଞ୍ଜିକୃତ ହୋଇଥିବା ଅଭିଯୋଗ ହୋଇଛି।ଏହି ପରିପ୍ରେକ୍ଷୀରେ ସାରୁ ଗ୍ରାମର ଚାଷି ରମେଶ ଚନ୍ଦ୍ର ସାହୁ ୫ ଏକର ଜମି ପଞ୍ଜିକରଣ ନିମନ୍ତେ ସମ୍ପାଦକ ଙ୍କୁ ଆବଶ୍ୟକ ନଥିପତ୍ର ଦାଖଲ କରିଥିଲେ।ଧାନ ବିକିବା ବେଳକୁ ମାତ୍ର ୧୮ ଡେସିମିଲି ହୋଇଥିବା ମେସେଜ ଆସିବା ପରେ କମ ପଞ୍ଜିକୃତ ହୋଇଥିବା ନେଇ ଚାଷୀ ଜଣକ ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି | ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି, ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପ୍ରେରିତ କରିଛନ୍ତି।
। ଫଳରେ ସରକାରଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାରୁ ସେ ବଞ୍ଚିତ ହୋଇ କ୍ଷତିସହୁଛନ୍ତି।ସାରୁ ସମବାୟ ସମିତି ଅଧିନରେ ସମ୍ପାଦକ ନିଜ ସମ୍ପର୍କୀୟ ଓ ମିଲରଙ୍କ ବେପାରୀ ଚାଷୀ ନିଜ ଧାନ ବିକ୍ରି କରି ଟଙ୍କା ପାଇସାରିଥିବା ବେଳେ ବହୁ ଚାଷି ଙ୍କ ଟୋକନ ଆସିନଥିବା ଜଣାପଡିଛି।ସମବାୟ ସମ୍ପାଦକ ତଞ୍ଚକତା କରିଥିବା ଅଭିଯୋଗ
କରିଛନ୍ତି ରମେଶ ଓ ଗ୍ରାମ ବାସୀ। ସେଠାକାର ସମବାୟ ସମ୍ପାଦକ ଜାଣି ଶୁଣି ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି।ଏନେଇ ସେ ଦାଖଲ କରିଥିବଅଭିଯୋଗପତ୍ରରେ ବର୍ଶାଇଛନ୍ତି ।୫ ଏକର ଜମିର ପଟ୍ଟା, ଆଧାର କାଡର୍, ଜଜଣା ପାଇତି ଓ ବ୍ୟାଙ୍କ ବହିର ଜ୍ୟାରେକ ତଥା ଆବଶ୍ୟକ ନପତ୍ର ପ୍ରଦାନ କରିଥିଲେ | ଟାର୍ଗେଟ ଆସିବା ପରେ ମାତ୍ର ୩.୪୨କେଜି ଧାନ ମଣ୍ଡିରେ ବିକିବା ଲାଗି ତାଙ୍କ ନିକଟକୁ ମେସେଜ ଆସିଥିବାରୁ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ | ଏହା ପରେ ସମବାୟ ସମ୍ପାଦକଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ ତାଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇନଥିବା ଶ୍ରୀ ସାହୁ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି | ଏଣୁ ସେ ଏହି ବିଷୟକୁ ଅନୁଧ୍ୟାନ କରିବା ସହିତ ସମବାୟ ସମିତିସାରୁ ବ୍ୟତୀତ ନିକଟସ୍ଥ ସମିତିରେ ଧାନ ବିକ୍ରୟ ଲାଗି ଅନୁମତି ପ୍ରଦାନ କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି I ତାଙ୍କ ଜମି ଅନ୍ୟ କେଉଁ ଚାଷୀଙ୍କ ନାମରେ ପଞ୍ଜିକରଣ କରାଯାଇଥିବା ନେଇ ସେ ସନ୍ଦେହ ପ୍ରକଟ କରିବା ସହିତ ଚାଷୀଙ୍କ ଭେଣ୍ଡର କପି ଯାଞ୍ଚ କରିବାକୁ ଦାବି କରିଛନ୍ତି। ଆହୁରି ଶ୍ରୀ ସାହୁ କହିଛନ୍ତି ଯେ, ସାରୁ ସମବାୟ ସମିତିରେ ଦୁର୍ନିତି ଦେଖିବାକୁ ମିଳୁଛି। ଏ ଦିଗରେ ସମବାୟ ବିଭାଗ ନିରବ ରହୁଛି। ଏଠାକାର ସମସ୍ତ କାର୍ଯ୍ୟବଳୀ ଉପରେ ତଦନ୍ତ କରାଗଲେ ପ୍ରକୃତ କଥା ପଦାକୁ ଆସିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ କୌଣସି ଯାନ୍ତ୍ରିକ ତ୍ରୁଟି ଲାଗି ଟାର୍ଗେଟ କଟିଥାଇପାରେ ବୋଲି ପ୍ରାଥମିକ ସମବାୟ ସମିତି ପକ୍ଷରୁ ଏକ ଚିଠି ରମେଶ ଙ୍କୁ ପ୍ରଦାନ କରିଛନ୍ତି ସମ୍ପାଦକ । ରମେଶ ଙ୍କ ଲିଖିତ ଅଭିଯୋଗ ଛତ୍ରପୁର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ, ଜିଲ୍ଲାପାଳ ମହୋଦୟ ଓ ସହକାରୀ ନିବନ୍ଧକ ମହୋଦୟ ଙ୍କୁ ଅଭିଯୋଗ ପରେ ଆସନ୍ତା ୨୧ରିଖରେ ଏନେଇ ସମ୍ପାଦକ ଙ୍କ ଏକଚାଟିଆ ନୀତି ବିରୁଦ୍ଧ ରେ ତଦନ୍ତ ନିମନ୍ତେ ପ୍ରସାଶନ ତରଫରୁ ଚିଠି ହୋଇଥିବା ସୁଚନା ଦେଇଛନ୍ତି ଅଭିଯୋଗକାରୀ। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ର ସେବା ସମବାୟ ସମିତି କାଗଜପତ୍ର ରେ ମଣ୍ଡି ଖୋଲିଥିଲେ। ବିଭିନ୍ନ ଗ୍ରାମ ରେ ଟେଣ୍ଟ ପକାଇ ଫଟୋ ମଧ୍ୟ ଉଠାଇଥିଲେ।ହେଲେ ଧାନ ଚାଷୀଙ୍କୁ ସିଧାସଳଖ ମିଲକୁ ଧାନ ନେବାପାଇଁ କହୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତିି। ସମ୍ପାଦକ ମିଲର ଓ ଯୋଗାଣ ଅଧିକାରୀ ଙ୍କ ଗୋଲକ ଧନ୍ଦାଯୋଗୁଁ ଚାଷି ଲୁଟର ଶିକାର ହେଉଛନ୍ତି। ସମ୍ପାଦକ ଯାହାକୁ ଚାହିଁବେ ତାଙ୍କର ଧାନ ଉଠିବ।ଫଳରେ ଚାଷୀ ହାତରୁ ଅଖା କିଣି ଟ୍ରାକ୍ଟର ରେ ଧାନ ନେଇ ମିଲ ଆଗରେ ଜଗି ରହୁଛନ୍ତି।କଟଣି ଛଟଣି ପରେ ସରକାରୀ ଇନପୁଟ ସଵସିଡି ୮୦୦ ଟଙ୍କାରୁ ୪୦୦ ଟଙ୍କା ମିଲର ମାଗୁଛନ୍ତି।ଚାଷି ମନାକଲେ ନିମ୍ନମାନର ଦର୍ଶାଇ ଏଣ୍ଟ୍ରି କରୁନଥିବା ଅଭିଯୋଗ କରିଛନ୍ତିି ଚାଷି।ଏହାର ବିଧିବଦ୍ଧ ତଦନ୍ତ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କଲେ ଚାଷୀ କୁଳ ଉପକୃତ ହୋଇପାରିବେ। ସରକାର ସମବାୟ ସମିତି ଆଇନ ୧୯୬୨ ରେ ସଂଶୋଧନ କରି ଗୋଟିଏ ସମବାୟ ସମିତି ରୂ ଅନ୍ୟ ଏକ ସମବାୟ ସମିତିକୁ ସମ୍ପାଦକ ଵଦଳି କରାଯାଏ ସମିତି ସ୍ତରରେ ସ୍ଵଛତା ଆସିବ ବୋଲି ଚାଷୀମାନେ କହିଛନ୍ତି।
