
ନୟାଗଡ଼: ରାଜ୍ୟରେ ଚାଲିଛି ବାଙ୍ଗଲାଦେଶୀ ଚି଼ହ୍ନଟ ପ୍ରକ୍ରିୟା ଯାହାକୁ ଭିତିକରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଆସୁଥିବା ଅଜଣା ବେପାରୀଙ୍କ ପରିଚୟ ଜାଣିବା ପାଇଁ ଓଡ଼ଗାଁ ପୋଲିସ ସେମାନଙ୍କୁ ଥାନାକୁ ଡକାଇଛନ୍ତି। ସେମାନଙ୍କ ନିକଟରେ ଯଦି ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ଥାଏ ସେଗୁଡିକୁ ଯାଞ୍ଚ କରିବା ପାଇଁ ତଦନ୍ତକାରୀ ସଂସ୍ଥାକୁ ପଠାଇଦିଆଯିବ। ଯାଞ୍ଚ ପ୍ରକ୍ରିୟା ସରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଓଡ଼ଗାଁ ଥାନା ଅଧିକାରୀ ଅଭୟ ବେହେରା ସୂଚନା ଦେଇଛନ୍ତି ।ଓଡାଗାଁର କିଛି ସଂଗଠନର ଅଭିଯୋଗ କ୍ରମେ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ରୁ ବେପାର ପାଇଁ ଆସି ଓଡ଼ଗାଁ ଅଞ୍ଚଳରେ ଦୀର୍ଘଦିନ ଧରି ରହୁଥିବା ବେଳେ ବର୍ତ୍ତମାନ ସମସ୍ତଙ୍କୁ ଥାନାକୁ ଡ଼ାକି ଓଡ଼ଗାଁ ପୋଲିସ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି ।ଯାଞ୍ଚ ଅଧିକାରୀଙ୍କ ସୂଚନା ପରେ ସେମାନେ ଭାରତୀୟ କି ବଙ୍ଗଳାଦେଶୀ କି ରୋହିଙ୍ଗିଆ ଜଣାପଡ଼ିବ ।