ନୟାଗଡ଼ ଜିଲ୍ଲା ରେ ଚାଲିଛି ସେକ୍ସ ରାକେଟ :ବିଭିନ୍ନ ହୋଟେଲ ଓ ଲଜ୍ ରେ ଖୁଲମଖୁଲା ଦେହ ବେପାର…

add-all

ସବୁ ଜାଣି ପୋଲିସ ବଟି ନେଇ ଚୁପ…!


ନୟାଗଡ଼: ଦେହ ବେପାରୀ ମାନଙ୍କ ଅମରାବତୀ ସାଜିଛି ଏବେ ନୟାଗଡ଼ ଜିଲ୍ଲା କହିଲେ କିଛିବି ଭୁଲ ହେବ ନାହିଁ lନୟାଗଡ଼ ସହରରେ ରହିଥିବା ଅନେକ ହୋଟେଲ ଓ ଲଜ୍ ରେ ଖୁଲମଖୁଲା ଦେହ ବେପାର ଚାଲିଛି । ଦେହ ବ୍ୟବସାୟୀଙ୍କ ସହ ହୋଟେଲ କର୍ମଚାରୀ ଙ୍କ ସହଯୋଗରେ ଏହି କାର୍ଯ୍ୟ ନିର୍ଦ୍ଵନ୍ଦରେ ଚାଲିଛି ।ଦେହ ବ୍ୟବସାୟୀ ଓ ଗ୍ରାହକଙ୍କ ଆଧାର କାର୍ଡ ରଖି ସେମାନଙ୍କୁ ରୁମ୍ ଦିଆଯାଉଥିବା ବେଳେ କାମ ସରିବା ପରେ ଆଧାର କାର୍ଡ ଫେରସ୍ତ କରାଯାଉଛି ।ଏହି ଅଳ୍ପ ସମୟର ରୁମ୍ ରହଣି ପାଇଁ ହୋଟେଲ ରେଜିଷ୍ଟର ରେ କୌଣସି ସୂଚନା ଦିଆଯାଉନାହିଁ ।ନୟାଗଡ଼ ସହର ରେ ଥିବା ଅନେକ ହୋଟେଲ, ଲଜ ବ୍ୟତୀତ ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ରାସ୍ତାରେ ଥିବା ଏକ ଲଜ ରେ ଏହି ଅନୈତିକ କାର୍ଯ୍ୟ ଖୁଲମଖୁଲା ଚାଲୁଛି ବୋଲି ଅନେକ ଅଭିଯୋଗ ଆସୁଛି।ସ୍ଥାନୀୟ ପୋଲିସଙ୍କ ସହିତ ଉତ୍ତମ ସମ୍ପର୍କ ତଥା ମାସିକିଆ ଚାନ୍ଦା ଦେଇ ଏହି ଦେହ ବ୍ୟବସାୟ କାର୍ଯ୍ୟ ଚାଲୁଛି ।ବାଲେଶ୍ଵର ଓ ଭୁବନେଶ୍ୱର ଅଞ୍ଚଳରୁ ନିୟମିତ ଦେହ ବ୍ୟବସାୟୀ ମାନେ ଏହି ଲଜ୍ ଗୁଡ଼ିକୁ ଆସୁଥିବା ବେଳେ ହୋଟେଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଗୁଆଳ ରଖି ନିର୍ଭୟରେ କାର୍ଯ୍ୟ କରୁଛନ୍ତି ।ଥାନାର କିଛି ତଳିଆ କର୍ମଚାରୀଙ୍କୁ ହାତ କରି ହୋଟେଲକୁ ଖବର ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ଯାହା ଦ୍ଵାରା ପୋଲିସ ଚଢ଼ାଉ ବେଳେ ସେମାନେ ପ୍ରସ୍ତୁତ ହୋଇ ରହିପାରିବେ । ସୂଚନା ଥାଉକି କିଛି କଲେଜ ପଢୁଆ ଝିଅ ମାନଙ୍କୁ ଟଙ୍କା ଦ୍ଵାରା ପ୍ରଭାବିତ କରି ଦଲାଲ ମାନେ ଏପରି କାର୍ଯ୍ୟ ରେ ଲଗାଉଛନ୍ତି ବୋଲି ସୂଚନା ମିଳୁଛି l ନିୟମ ରହିଛି ଲଜ୍ ରେ ରହୁଥିବା ଗ୍ରାହକ ମାନଙ୍କ ସମ୍ପୂର୍ଣ ତଥ୍ୟ ସ୍ଥାନୀୟ ପୋଲିସ କୁ ଅବଗତ କରିବା ଜରୁରୀ କିନ୍ତୁ ଏଠାରେ ସବୁ ନିୟମ କୁ ଫୁ ତେଣୁ
ନୟାଗଡ଼ ଜିଲ୍ଲାର ଗରୀମାକୁ ଏହି ଅନୈତିକ କାରବାର କ୍ଷୁର୍ଣ୍ଣ କରୁଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିବା ଚିନ୍ତାର କାରଣ ହୋଇଛି।ଅନ୍ୟପକ୍ଷରେ ହୋଟେଲରେ ରହୁଥିବା ଲୋକଙ୍କର ସୂଚନା ନରଖିବା ଅପରାଧୀଙ୍କୁ ବିଭିନ୍ନ ସ୍ଥାନରେ ଅପରାଧ କରି ନୟାଗଡ଼ରେ ଲୁଚି ରହିବାକୁ ସୁଯୋଗ ସୃଷ୍ଟି କରୁଛି । ତେଣୁ ଅପରାଧୀ ଙ୍କ ଚରାଭୂଇଁ ସାଜିଛି ନୟାଗଡ଼ ଜିଲ୍ଲା l ଭୁବନେଶ୍ୱର, ଏବଂ ଗଞ୍ଜାମ ଜିଲ୍ଲା ଅପରାଧୀ ମାନଙ୍କ ଭୂସ୍ବର୍ଗ ଏବେ ନୟାଗଡ଼ ଜିଲ୍ଲା l ନୟାଗଡ଼ ଅଞ୍ଚଳରେ ହୋଟେଲ ଓ ଲଜ ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ତଥା ବୁଦ୍ଧିଜୀବୀ ମହଲ ରୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିକଟରେ ଦାବି ହେଉଛି।

ad-week
Leave A Reply

Your email address will not be published.