ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଶା ଆତଙ୍କ….

add-all

ଦେଶର ଏକ ନମ୍ବର ମାନ୍ୟତା ପାଇଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ କରୁଛି ଡେଙ୍ଗୁ ମ୍ୟାଲେରିଆ କୁ ନିମନ୍ତ୍ରଣ ….!
ବ୍ରହ୍ମପୁର:ସାରା ଦେଶରେ ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଥିବା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବେ ସ୍ୱଚ୍ଛତା ରେ ପଛରେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ସଞ୍ଜ ନଇଁଲେ ମଶା ମାନଙ୍କ ଉତ୍ପାତ ବଢ଼ିଯାଉଛି। ନାଳ ନର୍ଦ୍ଧମା ନିୟମିତ ସଫା ହେଉନଥିବା ଯୋଗୁଁ ମଶା ବଂଶ ବୃଦ୍ଧି ଘଟିଛି।ଦୀର୍ଘ ମାସ ହେଲା ଟିଫା ମେସିନ ବ୍ୟବହାର ହୋଇ ନାହିଁକି ମଶା ତେଲ ଛିଞ୍ଚନ ହୋଇ ନାହିଁ।ବର୍ଷା ଋତୁ ପରେ ନାଳ ନର୍ଦ୍ଧମାରୁ ମାଟି ସଫା କରାଯାଇନି। ନାଳ ଗୁଡ଼ିକରେ ମାଟି, ପ୍ଲାଷ୍ଟିକ ବୋତଲ ଓ ପଲିଥିନ ରହି ନର୍ଦ୍ଧମା ଜଳ ନିଷ୍କାସନ ନହେବା ଫଳରେ ମଶା ବଂଶ ବୃଦ୍ଧି ହୋଇଛି।ବିଭିନ୍ନ ୱାର୍ଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୁଢ଼ କୁଢ଼ ମଇଳା ପଡ଼ି ରହୁଛି। ମଶା ମାନଙ୍କ ଦଂଶନ ରେ ସହର ବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ମଶା ମାନଙ୍କ ଯୋଗୁଁ ଡେଙ୍ଗୁ ମ୍ୟାଲେରିଆ ବ୍ୟାପିବା ଆଶଙ୍କା ଦେଖା ଦେଇଛି।

ad-week
Leave A Reply

Your email address will not be published.