ଉମରକୋଟ (୦୧/୦୩/୨୦୨୫) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହରର ଶ୍ରୀଶ୍ରୀ ରାମକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଉମରକୋଟ ଅଞ୍ଚଳର ସମସ୍ତ ଭକ୍ତବୃନ୍ଦ, ମାତୃ ମଣ୍ଡଳୀ, ଅନ୍ୟାନ୍ନ ସାଧୁ ସନ୍ତ ସହ ସାଧାରଣ ଜନତାଙ୍କୁ ଆବାହନ କରାଯାଇ ବିଭିନ୍ନ ବେଦ ମାଙ୍ଗଳିକ କାର୍ଯ୍ୟକ୍ରମ ସହ ମହା ଆରମ୍ବରରେ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣଙ୍କ ଜନ୍ମ ବାର୍ଷିକ ମହା ମହୋତ୍ସବ

କରାଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ମତ ସ୍ୱାମୀ ଅଦ୍ୱୟାନନ୍ଦଜୀ ମହାରାଜ, ଭୁବନେଶ୍ୱର ରାମକୃଷ୍ଣ ମଠ, ଡ଼ଃ ଅନିଲ କୁମାର ମିଶ୍ର,ଅଧ୍ୟକ୍ଷ ପେଣ୍ଡ୍ରାଣୀ ମହାବିଦ୍ୟାଳୟ, ଉମରକୋଟ, ରୁ ଯୋଗ ଦାନ କରି ଶ୍ରୀ ଶ୍ରୀ ଠାକୁରଙ୍କ ଆତୁଲ ଚରଣରେ ପ୍ରଦୀପ ପ୍ରଯ୍ୟଳନ କରି ଉତ୍ସବ କାର୍ଯ୍ୟକ୍ରମ ଟି ଆରମ୍ଭ କରାଯାଇଥିଲା। ଶ୍ରୀ ମତ ସ୍ୱାମୀ ଅଦ୍ବୟାନନ୍ଦଜୀ ମହାରାଜ ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ଦେବଙ୍କ ଜୀବନ ଓ ବାଣୀ ଉପର ଆଲୋକପାତ କରି ଭକ୍ତ ମାନଙ୍କୁ ଉଦବୁଦ୍ଧ କରି ଥିଲେ।ଭକ୍ତ ମାନେ ଭଜନ କୀର୍ତ୍ତନ ମାଧ୍ୟମରେ ଠାକୁରଙ୍କ ଭାବ ଆଦର୍ଶ ତୋଳି ଧରିଲେ,ଶ୍ରୀ ଶ୍ରୀ ରାମ କୃଷ୍ଣ ସାରଦା ସେବା ସଂଘର ସମସ୍ତ କର୍ମ କର୍ତ୍ତା ଯୋଗ ଦାନ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିବା ସହ ସମସ୍ତେ ଯେପରି ଅନ୍ନଭୋଗ ସେବନ କରି ପାରିବେ ତାହାର ସୁନ୍ଦର ବ୍ୟବସ୍ଥା କରିଥିଲେ, ଶେସରେ ଶ୍ରୀ ସନ୍ତୋଷ ସରକାର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା କାର୍ଯ୍ୟ ସମାପ୍ତ କରିଥିଲେ
