ଆସିକା ଡାକ୍ତରଖାନା, ଭଗବାନ ଙ୍କ ଭରଷା ରେ ରୋଗୀ…

newyr25

ଅବହେଳାର ଶିକାର ହେଉଛନ୍ତି ରୋଗୀ….
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ର ସ୍ୱାସ୍ଥ୍ୟ ବ୍ୟବସ୍ଥା ନକହିବା ଭଲ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆସିକା ସମେତ ଧରାକୋଟ, ଶେରଗଡ, ବେଲଗୁଣ୍ଠା, ବୁଗୁଡା,ସୋରଡା, କବିସୂର୍ଯ୍ୟନଗର ବ୍ଲକ ଅଞ୍ଚଳ ର ରୋଗୀ ନିର୍ଭର କରନ୍ତି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ଷାଠିଏ ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟ କେନ୍ଦ୍ର କୁ ଦୈନିକ ୨ହଜାର ରୁ ଉର୍ଦ୍ଧ୍ଵ ରୋଗୀ ଚିକିତ୍ସିତ ହେବାକୁ ଆସୁଥିବା ବେଳେ ମାସକୁ ୩୫୦ ରୁ ଉର୍ଦ୍ଧ୍ବ ପ୍ରସୂତି ପ୍ରସବ ପାଇଁ ଆସନ୍ତି। ବାର୍ଷିକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ  ୨ଶହରୁ ଉର୍ଦ୍ଧ୍ବ ବ୍ୟବଚ୍ଛେଦ ମଧ୍ୟ ହୁଏ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା, ଦୁର୍ଘଟଣା ରେ ଆହତଙ୍କୁ ଚିକିତ୍ସା କରାଯାଏ।ଏଭଳି ସ୍ଥିତିରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ମେଡ଼ିସିନ ବିଶେଷଜ୍ଞ ଜଣେ ସ୍ତ୍ରୀ ଓ ପ୍ରସୂତି  ବିଶେଷଜ୍ଞ ତଥା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସମେତ ୧୧ ଜଣ ଡାକ୍ତର ରୋଗୀଙ୍କୁ ଦେଖୁଛନ୍ତି।ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଞ୍ଜୁର ଡାକ୍ତର ପଦବୀ ୩୫ ଓ ନର୍ସିଂ ଅଫିସର ପଦବୀ ୨୩ ଥିବା ବେଳେ ୧୧ଜଣ ଡାକ୍ତର ଓ ୧୧ ଜଣ ନର୍ସିଂ ଅଫିସର ଅଛନ୍ତି।ଆସିକା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର  ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର କୁ ଉନ୍ନତି ହୋଇ ଇତି ମଧ୍ୟରେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ନିୟମିତ ଡ଼ାକ୍ତର ସମସ୍ୟା ଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହାନ୍ତି। ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ରୋଗୀ ସେବା କକ୍ଷରେ ଭର୍ତ୍ତି କରିବା ପରେ ଅନ୍ୟ ଓ ଜରୁରୀ ସେବା ପାଇଁ ଡାକ୍ତରଙ୍କୁ ଡାକିଲେ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ କୌଣସି ଡାକ୍ତର ଆସନ୍ତି ନାହିଁ ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରୁଛନ୍ତି। ଯାହା ଫଳରେ ରୋଗୀ ଅକାଳରେ ମୃତ ହେଉଥିବା ଅଭିଯୋଗ ହେଉଛି। ଅଧିକ ସଂଖ୍ୟା ରୋଗୀ ଆସୁଥିବା ଯୋଗୁଁ ରୋଗୀଙ୍କୁ ଦେଖୁଥିବା ଡାକ୍ତର ଆଉ ଜରୁରୀ ସେବା ରେ ଯୋଗ ଦେଇପାରୁନଥିବା ଆଲୋଚନା ହେଉଛି। ରୋଗୀ ସେବା କକ୍ଷକୁ ଡାକ୍ତର ଆସୁନଥିବା ଯୋଗୁଁ ରୋଗୀ ସେବା କକ୍ଷରେ ଯମ ରାଜଙ୍କ ରାଜୁତି ଚାଲିଛି ବୋଲି ଲୋକେ କହୁଛନ୍ତି। ଗୁରୁତର ରୋଗୀମାନଙ୍କୁ ଜଣେ ଡାକ୍ତରଙ୍କୁ ତଦାରଖ କରି ଚିକିତ୍ସା କରିବା ପାଇଁ ସଚେତନତା ନାଗରିକ ମହଲ ରେ ଦାବୀ ହେଉଛି।

Leave A Reply

Your email address will not be published.