ତୃତୀୟ ବାର୍ଷିକୀ ମହା ନାମ ଯଜ୍ଞ ଉଦଯାପିତ..

youtube

ଉମରକୋଟ/ ରାଇଘର ( ୨/୩/୨୦୨୫) ଭବବନ୍ଧନରୁ ମୁକ୍ତ ହୋଇ ମନୁଷ୍ୟର ପରମଲକ୍ଷ୍ୟ ଭଗବତ ସାକ୍ଷାତକାର କରିବାକୁ ହେଲେ ନାମବ୍ରହ୍ମାଙ୍କର ଉପାସନା ହିଁ ଶ୍ରେଷ୍ଠ ଅବଲମ୍ବନ। ଜପାତ ସିଦ୍ଧି, ଜପୋତ ସିଦ୍ଧି, ଜପୋତ ସିଦ୍ଧି ନ ସଂଶୟଃ। “ମୁ ଯଜ୍ଞମାନଙ୍କ ମଧ୍ୟରେ ଜପଯଜ୍ଞ “। ତେଣୁ ଜପ ମାଧ୍ୟମରେ ଭଗବାନଙ୍କର କୃପା ଓ ଦର୍ଶନଲାଭ କରିବା ନିଶ୍ଚିତ ତଥା ଅପେକ୍ଷାକୃତ ସହଜ ମାର୍ଗ ଅଟେ। ଯେ ଯେଉଁ କାର୍ଯ୍ୟରେ ନିୟୋଜିତ ଥାଉ ବା ଅବସ୍ଥାରେ ଥାଉ ନାମସ୍ମରଣ ସହଜରେ ଚାଲିବା ଉଚିତ ବୋଲି କହିଛନ୍ତି ଆଗତ ସମସ୍ତ ଭକ୍ତ / ଭକ୍ତା ମାନେ।କଳିଯୁଗରେ ଭଗବାନଙ୍କୁ ପାଇବାକୁ ହେଲେ ସହଜ ଓ ସରଳ ଉପାୟ ଏହି ମହାନାମ କୀର୍ତନ ଠାରୁ ଆଉ ନାହିଁ। ଏହାଦ୍ୱାରା ମନ ସଦା ଭଗବାନଙ୍କ ଠାରେ ନିବିଷ୍ଟ ରହିବାଦ୍ବାରା କୁ – ଚିନ୍ତା ଓ ଦୁଶ୍ଚିତା ମନ ମଧ୍ୟରେ ପ୍ରବେଶ କରିବାକୁ ବାଟ ପାଉନାହିଁ।ଫଳରେ ସେ ବିପଦଗାମୀ ହେବାରୁ ରକ୍ଷାପାଏ।ନାମବଳରେ ଉଭୟ ଭୌତିକ ଓ ପାରମାର୍ଥିକ କଲ୍ୟାଣ ସାଧିତ ହୁଏ ଏହା ବିଶିଷ୍ଟ ବିଶିଷ୍ଟ ମୁନି ଋଷି କହି ଯାଇଛନ୍ତି।


ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା କାଳୀମନ୍ଦିର ପ୍ରାଙ୍ଗନରେ ଅନୁଷ୍ଠିତ ହେଉଅଛି ଅଷ୍ଟପ୍ରହରୀ ମହାନାମ ସଂକୀର୍ତ୍ତନ। ଏହି ମହାନାମ ସଂକୀର୍ତ୍ତନଟି ମନ୍ଦିରର ସଭାପତି ଅଞ୍ଜନ କାନ୍ତି ଵାଲା ଓ ମିହିର କାନ୍ତି ଢାଳିଙ୍କ ସହ ସମସ୍ତ କୋଦଭାଟା ଓ ଆଖ ପାଖର ଯୁବକ ଭାଇ, ଯୁବତୀ, ଅବାଲ,ବୃଦ୍ଧା, ବନିତା ମିଳିମିଶି କର୍ମରତ ହୋଇ କାର୍ଯ୍ୟଟି ତୁଲେଇବା ପରିଲୋକ୍ଷିତ।

Leave A Reply

Your email address will not be published.