ବାରଖମାରେ ରାଜ୍ୟସ୍ତରୀୟ ରାତ୍ର କାଳୀନ ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ…

add-all


ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ହାଇସ୍କୁଲ ଖେଳପଡିଆ ଠାରେ ରାଜ୍ୟ ସ୍ତରୀୟ ରାତ୍ର କାଳୀନ ଭଲିବଲ୍ ପ୍ରତିଯୋଗିତା ମଙ୍ଗଳବାର ସନ୍ଧ୍ୟାରେ ଶୁଭାରମ୍ଭ ହୋଇଛି। ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କଂଗ୍ରେସର ବରିଷ୍ଠ ସଦସ୍ୟ ଡ଼ଃ.ବିଚିତ୍ରା ନନ୍ଦ ଆଚାର୍ଯ୍ୟ ଯୋଗଦାନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଙ୍କ ସହ ବାଲିଗୁଡାର ବିଶିଷ୍ଠ କଂଗ୍ରେସ କର୍ମୀ ମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ଏହି ଟୁର୍ଣାମେଣ୍ଟରେ ଗଞ୍ଜାମ , ଗଜପତି ,କନ୍ଧମାଳ ଜିଲ୍ଲାର ୮ଟି ଟିମ୍ ସହ ବହୁ ପ୍ରତିଷ୍ଠିତ ଖେଳାଳି ମାନେ ଆସି ଏହି ପ୍ରିତିଯୋଗିତାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ଉଦଘାଟନୀ ମ୍ୟାଚରେ ରେଡି ସିକ୍ସ ସହ ଏଲକେଡ଼ି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।ଏଥିରେ ରେଡି ସିକ୍ସ ଦଳ ବିଜୟୀ ଲାଭ କରିଥିଲା। ଉଦଯାପନୀ ଉତ୍ସବ ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ରେଫରି ଭାବେ ମନୋରଞ୍ଜନ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ବାରଖମା ହାଇସ୍କୁଲ ଯୁବକ ସଂଘ ର ସମସ୍ତ ସଦସ୍ୟ ଙ୍କ ସମେତ ଟୁର୍ନାମେଣ୍ଟର ସଭାପତି ହେବଲ ଦିଗାଲ, ଉପ ସଭାପତି ମାମୁନା ଦିଗାଲ,କୋଷାଧ୍ୟକ୍ଷ ସୁନିଲ ଦିଗାଲ ସମ୍ପାଦକ ମୋହିତ ଦିଗାଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.