ନୟାଗଡ଼ ଜିଲ୍ଲାରେ କାମ ହୋଇପାରୁନି ୧୨୦୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ…

youtube


ନୟାଗଡ଼: ଗ୍ରାମାଞ୍ଚଳର ବିକାଶ ପାଇଁ ପୂର୍ବ ବିଜେଡି ସରକାର ” ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ପ୍ରଣୟନ କରିଥିଲେ ।ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା ।ଏହି ପ୍ରକଳ୍ପ ମଧ୍ୟରେ କମ୍ୟୁନିଟି ସେଣ୍ଟର, ଧର୍ମାନୁଷ୍ଠାନ ଉନ୍ନତିକରଣ ପ୍ରଭୃତି ରହିଥିଲା । ମାତ୍ର ନିର୍ବାଚନ ରେ ସରକାର ବଦଳିବା ପରେ ଏହି ଯୋଜନା ବାଟବଣା ହେବାରେ ଲାଗିଛି ।ଏହି ପ୍ରକଳ୍ପ ମଧ୍ୟରେ କେତେକ କାମ ସାରିଥିବା ବେଳେ ଆଉକିଛି କାମ ଆଦୌ ଆରମ୍ଭ ହୋଇନାହିଁ ।ନୂଆ ସରକାର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରକଳ୍ପରେ ହାତ ନମାରିବା ପାଇଁ ନିର୍ଦ୍ଦେଶ ଥିବାରୁ ଗତ ସେପ୍ଟେମ୍ବର ମାସରୁ ଏହି ପ୍ରକଳ୍ପର କାମ ବନ୍ଦରହିଛି ।ନୟାଗଡ଼ ଜିଲ୍ଲାରେ ଏହି ଯୋଜନାରେ ୧୨୯୯ ଟି ପ୍ରକଳ୍ପର କାର୍ଯ୍ୟ ସରିଥିବା ବେଳେ ୪୨୨ ଟି ପ୍ରକଳ୍ପ ଅଧପନ୍ତରିଆ ହୋଇ ରହିଛି ।୧୨୦୩ ଟି ପ୍ରକଳ୍ପ ର କାମ ଆଦୌ ଆରମ୍ଭ ହୋଇନଥିବା ସୂଚନା ମିଳିଛି।ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକରେ ୧୦୬ ଟି ପ୍ରକଳ୍ପର କାର୍ଯ୍ୟ ସରିଥିବା ବେଳେ ୪୫ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁରହିଛି ଏବଂ ୧୭୩ ଟି ପ୍ରକଳ୍ପର କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ । ଗଣିଆ ବ୍ଲକରେ ୫୩ ଟି ପ୍ରକଳ୍ପର କାର୍ଯ୍ୟ ସରିଥିବା ବେଳେ ୩ ଟି ପ୍ରକଳ୍ପ ନିର୍ମାଣାଧୀନ ରହିଛି ଏବଂ ୮୩ ଟି ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ। ଖଣ୍ଡପଡ଼ା ବ୍ଲକ ରେ ୧୧୮ଟି ପ୍ରକଳ୍ପର କାର୍ଯ୍ୟ ସରିଥିବା ବେଳେ ୩୬ ଟି ନିର୍ମାଣାଧୀନ ରହିଛି ଏବଂ ୧୬୩ ଟି ପ୍ରକଳ୍ପର କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ନୟାଗଡ଼ ବ୍ଲକରେ ୨୩୮ଟି ପ୍ରକଳ୍ପର କାର୍ଯ୍ୟ ସରିଥିବା ବେଳେ ୧୦୧ଟି ପ୍ରକଳ୍ପର କାର୍ଯ୍ୟ ନିର୍ମାଣାଧୀନ ରହିଛି ଏବଂ୧୦୩ ଟି ପ୍ରକଳ୍ପର କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ନୂଆଗାଁ ବ୍ଲକରେ ୧୮୨ଟି ପ୍ରକଳ୍ପର କାର୍ଯ୍ୟ ସରିଥିବା ବେଳେ ନିର୍ମାଣାଧୀନ ଭାବେ ୩୨ ଟି ପ୍ରକଳ୍ପ ଏବଂ ୧୬୨ଟି ପ୍ରକଳ୍ପର କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ।ଓଡ଼ଗାଁ ବ୍ଲକର ୩୨୮ ଟି ପ୍ରକଳ୍ପ ର କାର୍ଯ୍ୟ ସରିଥିବା ବେଳେ ୨୫ଟି ନିର୍ମାଣାଧୀନ ଏବଂ ୧୯୦ ଟି ପ୍ରକଳ୍ପର କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ସେହିପରି ରଣପୁର ବ୍ଲକରେ ୧୮୦ ଟି ପ୍ରକଳ୍ପର କାର୍ଯ୍ୟ ସରିଥିବା ବେଳେ ୮୨ଟି ପ୍ରକଳ୍ପ ନିର୍ମାଣାଧୀନ ଏବଂ ୨୪୩ ଟି ପ୍ରକଳ୍ପ ଆଦୌ ଆରମ୍ଭ ହୋଇନାହିଁ।
ଅନୁମୋଦିତ ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର ଆରମ୍ଭ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Leave A Reply

Your email address will not be published.