ହିଞ୍ଜିଳିକାଟୁ, ୫ା୩: କଳିଙ୍ଗର ବରପୁତ୍ର, ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବୁଧବାର ହିଞ୍ଜିଳି ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବିଧାୟକଙ୍କ ପୈାରପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢିଙ୍କ ତତ୍ତ୍ୱାବଧାନରେ ଦଳୀୟ କର୍ମୀ ମାନେ ମିନି ଷ୍ଟାଡିୟମ ପରିସରରେ ଏକତ୍ରିତ ହୋଇଥିଲେ । ନିର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ସହସ୍ରାଧିକ ଦଳୀୟ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ମୁଖ୍ୟ ସଡକ, କଲ୍ୟାଣମଣ୍ଡପ ଓ ଶିଶୁ ଉଦ୍ୟାନ ନକିଟରେ ଅବସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଉପସ୍ଥିତ ଦଳୀୟ କର୍ମୀ ମାନେ ବିଜୁବାବୁଙ୍କ ଚିନ୍ତାଧାରା ଓ ଆଦର୍ଶ, ନିଶା ନିବାରଣ, ଦଳର ସମ୍ଭିଧାନ, ନିୟମ ଏବଂ ଅନୁଶାସନ ପାଳନ କରିବା ସହ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହିତ ଓଡିଶାର ନ୍ୟାର୍ଯ୍ୟ ଦାବି ହାସଲ ସକାଶେ ନିର୍ଭିକତାର ସହିତ ସଂଗ୍ରାମ କରିବା ପାଇଁ ଶପଥ ପାଠ କରିଥିଲେ । ଓଡିଶା ପ୍ରତି ବିଜୁବାବୁଙ୍କ ଅବଦାନ

ଅତୁଳନୀୟ ଏବଂ ବିଜେଡି ସରକାରଙ୍କ ଶାସନାଧୀନ ସମୟରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସର୍ମ୍ପକରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ବିଜେଡି ସୁପ୍ରିମୋ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି, ଅଞ୍ଚଳର ବିକାଶ ପାଇଁ ଅବଦାନ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକୁ ଉପସ୍ଥାପିତ କରିଥିଲେ । ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ହିଞ୍ଜିଳିକାଟୁ ବ୍ଲକ୍ ବିଜେଡି ସଭାପତି ଦୁର୍ଗାମାଧବ ମହାନ୍ତି, ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପ୍ୟାରୀମୋହନ ପାଢି,ସୁରେନ୍ଦ୍ର ପ୍ରଧାନ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ବି. ଗୀତାଞ୍ଜଳି, ପ୍ରଦୀପ କୁମାର ପଣ୍ଡା, ଛାତ୍ର ବିଜେଡି ସଭାପତି ଅନିଳ ସ୍ବାଇଁ କୃଷ୍ଣ ଭଉଳ, ରାମହରି ଶର୍ମା, ବି. ଶଙ୍କର, ରଞ୍ଜନ ପ୍ରଧାନ, ସଞ୍ଜୟ ସ୍ବାଇଁ, ଯୁଧିଷ୍ଠିର ସ୍ବାଇଁ, ବିଭୁ ପ୍ରସାଦ ପଣ୍ଡା, ବସନ୍ତ ବେହେରା, ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଯୁବ, ଛାତ୍ର, ମହିଳା ବିଜେଡି କର୍ମୀ ଓ ସହସ୍ରାଧିକ ବିଜୁ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ ।
