ଆସିକା ରେ ବିଜୁ ଜନତା ଦଳ ପକ୍ଷରୁ ବିଜୁ ଜୟନ୍ତୀ ପାଳନ….

ସେ ଆକାଶରେ ଉଡୁଥିବା ଝଡ଼ର ଇଗଲ ଥିଲେ…

add-all

ବିଜୁ ବାବୁ ଯେତିକି ସାହସୀ ଥିଲେ ସେତିକି ଧୁରନ୍ଧର ଆଉ ଦୁର୍ଦ୍ଧଷ ବି.
ବ୍ରହ୍ମପୁର: ଆସିକା ରେ ବିଜୁ ଜନତା ପକ୍ଷରୁ ପ୍ରବାଦ ପୁରୁଷ, ମହାନ ଜନ ନାୟକ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ରଥି, ରାଷ୍ଟ୍ର ନୀତିଜ୍ଞ, ଓଡିଶା ବିକାଶ ଭିତ୍ତିଭୂମିର ଅନନ୍ୟ ସ୍ଥପିତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଆସିକା ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ପୂର୍ବତନ ଆସିକା ସାସଂଦ ପ୍ରମିଳା ବିଷୋୟୀ ଗଞ୍ଜାମ ଜିଲ୍ଲା ର ଯୁବ ବିଜୁ ଜନତା ଦଳ ଜୋନ ସଭାପତି ନାଚିକତା ସ୍ୱାଇଁଙ୍କ, ବରଷ୍ଟି ନେତା ଦିଲ୍ଲୀପ ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ପରିଡ଼ା,ଭବାନୀ ଶଙ୍କର ମଲ୍କିକ, ଶିବ ନାହାକ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ବହୁ ବିଜୁ ପ୍ରେମୀ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗଦେ ଇଥିଲେ।ଆସିକା ବିଜୁ ପଟ୍ଟନାୟକ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା। ଏଠାରୁ ଉପଖଣ୍ଡ ଚିକିତ୍ସା ଳୟରେ ରୋଗୀଙ୍କୁ ଫଳ ବଣ୍ଟନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇଥିଲା। ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ବହୁ ବକ୍ତା ବିଜୁ ବାବୁଙ୍କ ଅବଦାନ, ନୂତନ ଓଡିଶା ଗଠନ ରେ ବିଜୁ ବାବୁଙ୍କ ଅବଦାନ, ମହିଳାଙ୍କୁ ରାଜନୀତି କ୍ଷେତ୍ରରେ ଆଣିବା ଅବଦାନ, ବିଜୁ ବାବୁଙ୍କ ଜୀବନୀ ସମ୍ପର୍କ ରେ ଆଲୋଚନା କରାଯାଇ ଥିଲା। “ସେ କଥାରେ ଲୋକଙ୍କ ମନକୁ କିଣି ନେଉଥିଲେ” ଆଉ ଇତିହାସ କୁ ବଦଳେଇ ବାକୁ ସାହସ ରଖୁଥିଲେ”ବିଜୁ ପଟ୍ଟନାୟକ ଏ ନାଁ ଶୁଣିଲେ, ଆପେ ଆପେ ଆଖି ଆଗକୁ ଚାଲିଆସେ, ଶିଖର ଛୁଇଁବା ଜଣେ ଉତ୍ତୁଙ୍ଗ ମଣିଷ ଛବି।

ad-week
Leave A Reply

Your email address will not be published.