ଛତ୍ରପୁର, ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆସନ୍ତା ୮ତାରିଖ ଦିନ ଛତ୍ରପୁର କୋର୍ଟ ପରିସରରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହାର ବ୍ୟାପକ ପ୍ରଚାର ଏବଂ ଲୋକଙ୍କୁ ସଚେତନତା କରିବା ନିମନ୍ତେ ବୁଧବାର କୋର୍ଟ ପରିସର ରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି, ଏହି ରଥ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଲୋକଙ୍କୁ ଅଦାଲତ ଦ୍ୱାରା ବିଭିନ୍ନ ପ୍ରକାର ସୁବିଧା ବିଷୟର ଅବଗତ କରାଇବ, ଏହି ସଚେତନତା ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ତାଲୁକ ଆଇନ୍ ସେବା କମିଟି ଅଧ୍ୟକ୍ଷ ମନୋରଞ୍ଜନ ଦାସ,ଏସଡିଜେଏମ ପ୍ରୀତିଶ କୁମାର ରଥ,ସିନିୟର୍ ସିଭିଲ ଜଜ ପୂଜା ଦେ,ଜେଏମଏଫସି ସ୍ଵାଗତିକା ସ୍ୱାଇଁ, ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ ଙ୍କ ସମେତ ବହୁ ଆଇନଜୀବୀ ଏବଂ କୋର୍ଟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ,
