ଓକିଲ ସଂଘର ବିଭିନ୍ନ ପଦ ପଦବୀ ନିର୍ବାଚନ ନିମନ୍ତେ ୧୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

youtube

ଅନ୍ତିମ ଦିନରେ ଜଣେ ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ଦାଖଲ କଲେ

ଛତ୍ରପୁର : ଛତ୍ରପୁର ଓକିଲସଂଘର ବିଭିନ୍ନ ପଦପଦବୀ ନିର୍ବାଚନ ମାର୍ଚ୍ଚ ୨୯ତାରିଖ ରେ ଅନୁଷ୍ଠିତ ହେବ । ଏନେଇ ବୁଧବାର ପ୍ରଥମ ଦିନ ରେ ୯ଜଣ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଗୁରୁବାର ଦ୍ଵିତୀୟ ଦିନ ରେ ୨ଜଣ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ , ଶୁକ୍ରବାର ଅନ୍ତିମ ଦିନ ରେ ଜଣେ ପ୍ରାର୍ଥୀ ନିଜ ର ପ୍ରାଥୀ ପତ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ. ସୂର୍ଯ୍ୟ ନାରାୟଣ ରେଡ୍ଡୀ ଙ୍କ ନିକଟରେ ଦାଖଲ କରିଛନ୍ତି । ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର କୁମାର ମିଶ୍ର ଦାୟିତ୍ୱ ତୁଲାଉଛନ୍ତି । ଅନ୍ତିମ ଦିନ ରେ ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ସଞ୍ଜୟ କୁମାର ବେହେରା ନିଜ ର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୧୨ତାରିଖ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏବଂ ୧୩ ତାରିଖ ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ହେବ । ଛତ୍ରପୁର ଓକିଲ ସଂଘର ୧୮୯ଜଣ ସଭ୍ୟ ରହିଥିବା ସୂଚନା ମିଳିଛି ।ସୂଚନା ଯୋଗ୍ୟ ଯେ, ଛତ୍ରପୁର ଓକିଲ ସଂଘ ର ବିଭିନ୍ନ ପଦ ପଦବୀ ନିମନ୍ତେ ସମୁଦାୟ ୧୨ଜଣ ପ୍ରାର୍ଥୀ ନିଜ ନିଜ ର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, ସେଥି ମଧ୍ୟ ରୁ ସଭାପତି ପଦବୀ ନିମନ୍ତେ ପ୍ରଦୀପ କୁମାର ପାଢ଼ୀ ଓ ସଞ୍ଜୟ କୁମାର ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଉପସଭାପତି ପଦବୀ ନିମନ୍ତେ ଚୈତନ୍ୟ ପ୍ରଧାନ, ସମୀର ପାଣିଗ୍ରାହୀ ଓ ଭୈରବୀ କୁମାର ପଟ୍ଟନାୟକ ନିଜ ନିଜର ପ୍ରାଥୀ ପତ୍ର ଦାଖଲ କରିଛନ୍ତି, ସାଧାରଣ ସମ୍ପାଦକ ପଦବୀ ନିମନ୍ତେ ସୁରେଶ କୁମାର ପଟ୍ଟନାୟକ ଓ ଏସ. ଶ୍ୟାମ କୁମାର ରାଓ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, କାର୍ଯ୍ୟକାରୀ ସଭ୍ୟ ନିମନ୍ତେ ଶିବ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ନିମନ୍ତେ ପ୍ରଦୀପ କୁମାର ପଲାଇ, ଯୁଗ୍ମ ସମ୍ପାଦକ ନିମନ୍ତେ ଅନାମ ଚନ୍ଦ୍ର ପ୍ରଧାନ, ଲାଇବ୍ରେରୀ ସେକ୍ରେଟାରୀ ନିମନ୍ତେ ବିଶ୍ୱ ଭୂଷଣ ପାଢ଼ୀ,ଆସିଷ୍ଟାଣ୍ଡ ସେକ୍ରେଟାରୀ ନିମନ୍ତେ ଜି. କେଶବ ରେଡ୍ଡୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି

Leave A Reply

Your email address will not be published.