ଛତ୍ରପୁର ଠାରେ ରକ୍ତଦାନ ଶିବିର

add-all

ଛତ୍ରପୁର : ରକ୍ତଦାନ ମହତଦାନ, ଆଗାମୀ ଖରାଦିନକୁ ଦୃଷ୍ଟି ରଖି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ସମାଜସେବୀ ଭାଗିରଥି ବେହେରାଙ୍କ ନେତୃତ୍ୱ ରେ ଛତ୍ରପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ସଭାପତି ଦେବାଶିଷ ମିଶ୍ର ସହଯୋଗ କରିଥିଲେ, ଏହି ଶିବିର କୁ ସମାଜସେବୀ ନରହରି ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଉପଖଣ୍ଡ ଚିକିତ୍ସାଲୟର ଅଧିକ୍ଷିକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ପୂର୍ବତନ ଛତ୍ରପୁର ଓକିଲ ସଂଘ ର ସଭାପତି ରାମଚନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ,ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର, ଯୁବ ନେତା ବଳିଆ ବେହେରା, ଗଣପତି ବାରିକ, କାଳିଆ ରାଉଳ, କ୍ରାନ୍ତି ଯୁବ ଛାତ୍ର ସଂଘ ର ସଭାପତି ଇଜୁ ଆମିନ ଖାନ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପ୍ରଶାନ୍ତ ବେହେରା ଓ କାଳୁ ତ୍ରିପାଠୀ ଙ୍କ ସମେତ ବହୁ ଯୁବକ ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ,
ଏହିଭଳି ମହତ୍ୱ କାର୍ଯ୍ୟ ନିମନ୍ତେ ବୁଦ୍ଧିଜୀବୀ ମାନେ ଭୂୟସୀ ପ୍ରଶଂସା କରିଛନ୍ତି l

ad-week
Leave A Reply

Your email address will not be published.