ଠିକାଦାରଙ୍କ ମନମୁଖିରେ ଚାଲିଛି ରାସ୍ତା କାମ.., ପିସି ନେଇ ପ୍ରଶାସନ ଚୁପ..!!

ଧର୍ମକୁ ଆଖିଠାର ନୀତିରେ ଚାଲିଛି ରାସ୍ତା କାମ…

youtube


ଉମରକୋଟ /ରାଇଘର : ଵିକଶିତ ଗାଁ ବିକଶିତ ଭାରତ ଯୋଉଁଠି ନାରା ବାଜୁଛି ସେହି ଜାଗାରେ କେତେ କଣ ସ୍ବପ୍ନ କେନ୍ଦ୍ର ସରକାର ଠାରୁ ରାଜ୍ୟ ସରକାର ଯାଏ। ହେଲେ ଏହା ଖାଲି ଲୋକ ଦେଖାଣୀୟ କହିଲେ କିଛିବି ଭୁଲ ହେବ ନାହିଁ l ସରକାର ଙ୍କ ଉନ୍ନତିମୂଳକ ଯେତେ ସବୁ ସରକାରୀ କାର୍ଯ୍ୟ ରାଇଘର/ଉମରକୋଟ ବ୍ଲକରେ ହେଉଛି ତାହା ସବୁ ଦାୟିତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀ ଓ ଠିକାଦାର ମାନଙ୍କର ମଧୁଚନ୍ଦ୍ରିକାରେ ତଦାରକ ଅଭାବରୁ ଅତିରୁ ଅତି ନିମ୍ନ ମାନର ଏହାକୁ ନେଇ ସାଧାରଣ ରେ ଅନେକ ଅଭିଯୋଗ ବି ହେଉଛି କିନ୍ତୁ ଫଳ ଶୂନ l ଛତିଶଗଡ ସୀମାନ୍ତର ଫାଇଦା ଉଠାଇ ଓ ଜଙ୍ଗଳ ବେଷ୍ଟିତ ଅଞ୍ଚଳ ରେ ବସବାସ କରୁଥିବା ଗାଁ ଗୁଡିକର ଲୋକ ମାନେ କଣ ମନୁଷ୍ୟ ନାହିଁ କି ? ବୋଲି ଅଭିଯୋଗ କରିଛନ୍ତି ଗ୍ରାମର ସରପଞ୍ଚ, ସଭ୍ୟ,ସହ ଶ୍ରୀନୁ ହରିଜନ ( ଗ୍ରାମର ପାଇକ )ରାମପ୍ରସାଦ ଗଣ୍ଡ, ସଦାରାମ ଗଣ୍ଡ, ଟିବୁରାମ ଗଣ୍ଡ, ଗୌତମ ଗଣ୍ଡ, ଗଣପଥ ଗଣ୍ଡ, ରାମକିଶାନ ଗଣ୍ଡ, ଜୟଲାଲ ଗଣ୍ଡ। ଏଠାରେ ସୂଚନା ଥାଉକି

ଏହି ପରି ଏକ ନିମ୍ନମାନର କାର୍ଯ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକ କୁମଲି ପଞ୍ଚାୟତର ଜାମଧରା ଗ୍ରାମ ଛକଠାରୁ ମାଲବେଡା ଯିବା ଗ୍ରାମ ରାସ୍ତାରେ।ଠିକାଦାରଙ୍କ କର୍ମଚାରୀ ଙ୍କ ଦ୍ଵାରା ରାତିରେ ରାସ୍ତାର ନବୀକରନ କରୁଛନ୍ତି କିନ୍ତୁ ସକାଳେ ଦେଖିଲାବେଳକୁ ରାସ୍ତାର କୌଉଠି ପିଚୁ ପଡିଛି ତ କୌଉଠି ପିଚୁ ପଡି ନାହିଁ।ସରକାରୀ ନିୟମ ଅନୁଯାଇ ଏକ ଇଞ୍ଚି ପିଚୁ ପଡିବା ନିୟମ ଅଛି ବୋଲି ଠିକାଦାର ଙ୍କ ମେଟ କହିବା କଥା ହେଲେ ଏହି ରାସ୍ତାଟିରେ ହାଫ ଇଞ୍ଚିବି ପିଚୁ ପ୍ରାୟ ଜାଗାରେ ନାହିଁ। ଏହି ପରି ରାସ୍ତାରେ ପିଚୁ ପକାଇ ରାସ୍ତାର କାର୍ଯ୍ୟ ସମ୍ପାଦନ କରୁଛନ୍ତି ଠିକାଦାରଙ୍କ ମେଟ ବାବୁ। ଆମ ଗଣ ମାଧ୍ୟମ ପ୍ରତିନିଧିଙ୍କ ଦେଖି ଆପଣ କଣ ? ନ୍ୟୁଜ କରିବେ କହିଛନ୍ତି ଠିକାଦାରଙ୍କ ମେଟ ବାବୁ ।ଗ୍ରାମର ଲୋକ ମାନେ ଖାଇବା ପରେ ଘରେ ଶୋଇ ପଡିଲେ ରାତି ଅନ୍ଧାରରେ ଚାଲୁଚି ରାସ୍ତାର ମରାମତି କାମ ଏହା କହିଛନ୍ତି ମାଲବେଡା ଗ୍ରାମର ଉପସ୍ଥିତ ପ୍ରମୁଖ ଗ୍ରାମବାସୀ।ଏହି ପରି ନିମ୍ନ ମାନର କାର୍ଯ୍ୟକୁ ମାଲବେଡା ଗ୍ରାମବାସୀ ଘୋର ବିରୋଧ କରିଛନ୍ତି କିନ୍ତୁ ଲୋକଙ୍କ ବିରୋଧ ଶୁଣିବାକୁ କିଏ ନାହିଁ,ରାସ୍ତା କାର୍ଯ୍ୟଟି କାହାକୁ ଖାତିର ନ କରି ପ୍ରୋଗତିରେ ଅଛି। ସେପଟେ ଆର ଡି ବିଭାଗର କନିଷ୍ଟ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଯୋଗାଯୋଗ ହେଇ ପାରିଲା ନାହିଁ।ଏହି ପରି ଠିକାଦାର ଓ ଆର ଡି ବିଭାଗର କନିଷ୍ଟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ରାତି ଓ ଦିନ ଦ୍ବିପ୍ରହରେ ହରିଲୁଟ। ଜିଲ୍ଲା ପ୍ରଶାସନ ସବୁ ଜାଣି ନିଜ ଭାଗ ନେଇ ଚୁପ l ଦିନେ ବି ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀ ଙ୍କ ଦେଖା ନାହିଁ, ଧର୍ମକୁଆଖିଠାର ନୀତି ରେ ଚାଲିଛି ରାସ୍ତା କାମ ଲଯେପରିକି ଲୋକଙ୍କୁ ଦୟା ଦେଖାଇ ରାସ୍ତା କାମ କରୁଛନ୍ତି ଯନ୍ତ୍ରୀ ଓ ଠିକାଦାର ତେଣୁ ଉକ୍ତ କାର୍ଯ୍ୟକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ଜିଲ୍ଲା ଏବଂ ରାଜ୍ୟ ସରକାର ଉମରକୋଟ ଏବଂ ରାଇଘର ଅଞ୍ଚଳ ରେ ଚାଲିଥିବା ସରକାର ଙ୍କ ଜନ ହିତକାରୀ ଯୋଜନା କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l

Leave A Reply

Your email address will not be published.