ଚମ୍ପିଆନ୍ସ ଟ୍ରଫି ଫାଇନାଲ ଲଢେଇ: ଦିନିକିଆରେ ଲଗାତର ୧୫ତମ ଟସ୍‌ ହାରିଲା ଭାରତ

add-all

ଦୁବଇ: ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢେଇ। ଦୁବଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ। ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡର କ୍ୟାପ୍ଟେନ ମିଚେଲ ସେଣ୍ଟନର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ଦିନିକିଆରେ ଏହାକୁ ମିଶାଇ ଲଗାତର ୧୫ତମ ଟସ୍ ହାରିଛି। ୨୦୨୩ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପରଠାରୁ ଦଳ ଟସ୍ ଜିତି ନାହିଁ।

କ୍ୟାପ୍ଟେନ ସେଣ୍ଟନର ପ୍ଲେଇଙ୍ଗ୍‌-୧୧ ରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଆଘାତ କାରଣରୁ ମ୍ୟାଟ୍ ହେନେରୀ ମ୍ୟାଚ୍ ଖେଳୁ ନାହାନ୍ତି। ତାଙ୍କ ସ୍ଥାନରେ ଫାଷ୍ଟ ବୋଲର ନାଥନ ସ୍ମିଥଙ୍କୁ ସୁଯୋଗ ଦିଆଯାଇଛି। ରୋହିତ କହିଛନ୍ତି ଯେ, ତାଙ୍କ ପ୍ଲେଇଙ୍ଗ୍‌-୧୧ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍ ଭାରତ କେବଳ ଚାରିଜଣ ସ୍ପିନରଙ୍କ ସହ ଅବତରଣ କରିଛି। ଅର୍ଥାତ୍ ଭାରତ ଚାରିଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇଛି।

ad-week
Leave A Reply

Your email address will not be published.