ଟାଟା ଏସିଇ ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଖଣ୍ଡରା ଛକ ନିକଟରେ ଟାଟା ଏସିଇ ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ସୁରଜ ଗୈାଡ (୨୪) ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଦୂର୍ଘଟଣା ପରେ ଟାଟା ଏସିଇ ଗାଡି ଚାଳକ ଓ ହେଲପର୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ , ରବିବାର ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ଏକ ଟାଟା ଏସିଇ (ଓଡି୦୭ ଏକେ ୭୬୮୭) ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଖଣ୍ଡରା ଗ୍ରାମର ସୁରଜ ବାଇକ୍ (ଓଡି୦୭ସି ୧୨୨୯) ଯୋଗେ ହିଞ୍ଜିଳିକାଟୁ ଠାରୁ ଗ୍ରାମକୁ ଫେରୁଥିଲେ।‌ ଖଣ୍ଡରା ଛକ ନିକଟରେ ୨ ଗାଡି ମୁହାଁମୁହିଁ ଧକ୍କା ଘଟିଥିଲା।‌

nis-ad
Leave A Reply

Your email address will not be published.