ଅଧିକାରୀମାନେ ମୋ‌ତେ ଗାଳିଗୁଲଜ କରିବା ସହିତ ମାନସିକ ନିର୍ଯାତନା ଦେଇଛନ୍ତି

add-all

ନୂଆଦିଲ୍ଲୀ: ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ସୁନା ଚୋରା ଚାଲାଣ ମାମଲାରେ ଗିରଫ କରାଯାଇଛି। ଗିରଫ ପରେ ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ସୋମବାର ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ ରାଣ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ କହିଥିଲେ,‘ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ)ର ଅଧିକାରୀମା‌ନେ ମୋତେ ମାଡ଼ ମାରି ନାହାନ୍ତି କିନ୍ତୁ ପ୍ରଚୁର ମାତ୍ରାରେ ମାନସିକ ନିର୍ଯାତନା ଦେବା ସହିତ ଗାଳିଗୁଲଜ କରିଥିଲେ। ଯାହାକୁ ମୁଁ ସହ୍ୟ କରି ପାରୁ ନାହିଁ।’

ରାଣ୍ୟାଙ୍କ ଏଭଳି ଅଭିଯୋଗ ପରେ ଡିଆରଆଇ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ‘ରାଣ୍ୟାଙ୍କୁ ଯାଞ୍ଚ ସମୟରେ କୌଣସି ପ୍ରକାର ଗାଳିଗୁଲଜ କି ମାନସିକ ନିର୍ଯାତନା ଦିଆଯାଇ ନାହିଁ। ଓଲଟି ସେ ଯାଞ୍ଚରେ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି। ପ୍ରମାଣ ଦେଖାଇବା ପରେ ବି ସେ ନିଜ ଦୋଷକୁ ସ୍ବୀକାର ନକରି ଅଯଥା କଥାକୁ ଓଲଟପାଲଟ କରି କହୁଛନ୍ତି।’

ad-week
Leave A Reply

Your email address will not be published.