ରାଜ୍ୟରେ ରହିଛନ୍ତି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ

add-all

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି।

ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀଙ୍କ ସଂଖ୍ୟା ସମ୍ପର୍କରେ ସରକାରୀ ତଥ୍ୟ ଚିନ୍ତାଜନକ ବୋଲି ଜଣାପଡିଛି।

ରାଜ୍ୟ ବିଧାନସଭାରେ ସୋମବାର ଦିନ ଉପସ୍ଥାପିତ ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ସାରା ରାଜ୍ୟରେ ମୋଟ ୩୭୩୮ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ଏହି ବାଂଲାଦେଶୀମାନଙ୍କୁ ଦେଶାନ୍ତର କରିବା ବିଚାରାଧୀନ ଅଛି।

ରାଜ୍ୟରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦେଶାନ୍ତର କରିବା ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ଗୃହରେ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ad-week
Leave A Reply

Your email address will not be published.