ଆଇ.ପି.ଏଲ ରେ ବାଜୀ ଲଗାଇବା ପାଇଁ ଖସଡା ପ୍ରସ୍ତୁତ……!

add-all

କାୟା ବିସ୍ତାର କଲେଣି ବୁକି ମାନଙ୍କ ଏଜେଣ୍ଟ, ପୋଲିସ ଡାଳେ ଡାଳେ ବୁକି ପତ୍ରେ ପତ୍ରେ…


ବ୍ରହ୍ମପୁର: ଚଳିତ ମାସ ୨୨ ତାରିଖ ଠାରୁ ମହାଯୁଦ୍ଧ ଆଇପିଏଲ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ବୁକି ମାନେ ସେମାନଙ୍କ ଏଜେଣ୍ଟ ମାନଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା କୁ ହବ କରି ଖେଳ ପୂର୍ବରୁ କିଏ ଜିତିବ କିଏ ହାରିବା କୁ ନେଇ ଲକ୍ଷ ଲକ୍ଷ ଟଙ୍କାର ବାଜୀ ଲଗାଇବାକୁ ଖସଡ଼ା ପ୍ରସ୍ତୁତ କରିଥିବା ଚର୍ଚ୍ଚା ଆରମ୍ଭ ହେଲାଣି। ଆଇପିଏଲ କ୍ରିକେଟ ସମୟରେ ଜୁଆଡ଼ି ମାନେ ମଧ୍ୟ ଏହି ମରୀଚିକା ପଛରେ ପଡ଼ି ବାଜୀ ଲଗାଇବାର ନଜିର ରହିଛି। ବୁକି ମାନେ ନିଜ ଅଞ୍ଚଳ ରେ ନରହି ଗୁପ୍ତ ସ୍ଥାନରେ ରହି ସେମାନଙ୍କ ଏଜେଣ୍ଟ ମାନଙ୍କ ଜରିଆରେ ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ ଆଇପିଏଲ ଖେଳରେ ବାଜୀ ଲଗାଇବାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ର ଜୁଆ ଖେଳରର ସାମିଲ କରନ୍ତି। ଆଇପିଏଲ ଆରମ୍ଭ ହେଲେ ଆଇନ ଶୃଙ୍ଖଳା ବିଗିଡ଼ିବାର ସମ୍ଭାବନା ମଧ୍ୟ ରହିଛି। ଏହା ସାଙ୍ଗକୁ ଆଇପିଏଲ ରେ ବାଜୀ ଲଗାଇବା ପରେ ସର୍ବହରା ହୋଇ କିଛି ବ୍ୟକ୍ତି ଆତ୍ମହତ୍ୟା ଓ ଫେରାର ହେବାର ନଜିର ବି ରହିଛି। ଆଇପିଏଲ ଖେଳରେ ପ୍ରତ୍ୟେକ ବଲ, ଚୌକା, ଛକା ଓ ଆଉଟ କୁ ନେଇ ବିଭିନ୍ନ ପଇଣ୍ଟକୁ ନେଇ ଟେବୁଲ ପ୍ରସ୍ତୁତ କରି ବାଜୀ ଲଗାଯାଏ। ଆଇପିଏଲ ରେ ଦୁର୍ବଳ ଦଳ ସପକ୍ଷରେ ଟଙ୍କା କାଟ ହିସାବରେ ମଧ୍ୟ ବାଜୀ ଲାଗେ। ଆଇପିଏଲ ଖେଳର ସଟ୍ଟା ବଜାରରେ ସ୍ଥାନୀୟ ନେତା, ମାଫିଆ ଓ ଦଲାଲ ମାନଙ୍କ ଭୂମିକା ଅଧିକ ରହିବା ଫଳରେ ପୋଲିସ କୁ ନାକେଦମ ଭଳି ପରିସ୍ଥିର ସମ୍ମୁଖୀନ ହେବାକୁ ପଡେ। ପୂର୍ବରୁ ବ୍ରହ୍ମପୁର ଓ ଆସିକା ଅଞ୍ଚଳ ରେ ଆଇପିଏଲ ଧାରପଗଡ଼ ହୋଇ ଲକ୍ଷ ଲକ୍ଷ ଟଙ୍କା ଜବତ ହେବା ସହ ଏଜେଣ୍ଟ ଓ ବୁକି ମାନେ ଗିରଫ ହେବାର ନଜିର ବି ରହିଛି। ବ୍ରହ୍ମପୁର ଓ ଆସିକା ଅଞ୍ଚଳ ରେ ଗ୍ରୁପ ଭାବେ ବିଭକ୍ତ ହୋଇ ବହୁ ଯୁବ ପୀଢ଼ିଙ୍କୁ ଚଳିତ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବା ଆଲୋଚନା ହେଉଛି। ଏଠାରେ ସୂଚନା ଥାଉକି ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଏହି ଆଇପିଏଲ ବୁକି ମାନଙ୍କୁ ରାଜ୍ୟ ବାହାରୁ ଗିରଫ କରିବା ବି ନଜିର ରହିଛି କିନ୍ତୁ ବର୍ତ୍ତମାନ ପୋଲିସ ଡାଳେ ଡାଳେ ଗଲେ ବୁକି ପତ୍ରେ ପତ୍ରେ ଯାଉଛି ବୋଲି ଚାହା ଖଟି ମାନଙ୍କ ରେ ଚର୍ଚ୍ଚା ହେଉଛି l ଶୁଣିବାକୁ ମିଳୁଛି କିଛି ପୋଲିସ ବାବୁ ମାନଙ୍କୁ ମଧ୍ୟ ହାତ ବାରିସୀ ଭାବେ ବ୍ୟବହାର କରି ଏହି ଜୁଆ ଚଳାଉଥିବା ବି ଅଭିଯୋଗ ଆସୁଛି l ଦେଖା ଯାଉ କୋଟି କୋଟି ଟଙ୍କାର ଏହି ଜୁଆ କୁ କିପରି ରୋକିବାକୁ ସକ୍ଷମ ହେଉଛି ପୋଲିସ ତାହା ସମୟ ସଫେକ୍ଷ… I

ad-week
Leave A Reply

Your email address will not be published.