ତେଲେଙ୍ଗାନା ପୋଲିସକୁ ସଫଳତା : ଆତ୍ମସମର୍ପଣ କଲେ ୬୪ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କତାଗୁଡ଼େମ ଜିଲ୍ଲାରେ ୬୪ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରାଦି କତାଗୁଡ଼େମ ଜିଲ୍ଲାର ଆଇଜି ଚନ୍ଦ୍ର ଶେଖର ରେଡ୍ଡୀଙ୍କ ନେତୃତ୍ଵରେ ପୋଲିସ ଓ ସିଆରପିଏଫର ବରିଷ୍ଟ ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଚାଲିଥିବା ମାଓ ଦମନ ଅପରେସନ ଚେୟୁତା ମାଧ୍ୟମରେ ମାନେ ଏହି ମାଓବାଦୀ ଆକର୍ଷିତ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ୬୪ ଜଣ ମାଓବାଦୀଙ୍କ ମଧ୍ୟରେ ଏସିଏମ କ୍ୟାଡର, ପାର୍ଟି ମେମ୍ବରଙ୍କ ଭଳି ଅନେକ ବଡ଼ ପଦରେ ଥିବା ମାଓବାଦୀ ରହିଛନ୍ତି। ଏମାନେ ସମସ୍ତେ ପୁର୍ବରୁ ମାଓ ସଙ୍ଗଠନରେ ସାମିଲ ହୋଇ ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟରେ ଅନେକ ମାଓ ହିଂସା କାଣ୍ଡ ଘଟାଇବା ସହ ସରକାରଙ୍କ ବିରୋଧରେ ସାଧାରଣ ଜନତାଙ୍କୁ ପ୍ରବର୍ତାଉ ଥିଲେ। ହେଲେ ସରକାରଙ୍କ ମାଓଦମନ ନୀତି କଠୋର ହେବା ସହ ବିକାଶ ମୂଳକ କାର୍ଯ୍ୟ ଓ ମାଓ ସଙ୍ଗଠନ ନିଜର ସ୍ଥିତି ହରାଉଥିବା ଦେଖି ଏହି ୬୪ ଜଣ ମାଓବାଦୀ ସାଧାରଣ ଜୀବନ ଯାପନ ପାଇଁ ନିଷ୍ପତ୍ତି ନେଇ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିବା ପରେ ତେଲେଙ୍ଗାନା ସରକାରଙ୍କ ନିୟମ ଅନୁସାରେ ସମସ୍ତ ୬୪ ଜଣଙ୍କୁ ୨୫ ହଜାର ଲେଖାଏଁ ସହାୟତା ରାସୀ ପ୍ରଦାନ କରାଯାଇଥିବା ନେଇ ଏସପି ରୋହିତ ରାଜ ପ୍ରକାଶ କରିଛନ୍ତି। ଏହାସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଆଇଜି ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.