ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲ ହୋଟେଲ ମାଲିକଙ୍କ ସହ ୩ଗିରଫ

add-all

ନୟାଗଡ଼: ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲ ହୋଟେଲ ମାଲିକଙ୍କ ସହ ୩ଗିରଫ । ବର୍ଷ ବର୍ଷ ଧରି ହୋଟେଲରେ ଚାଲିଥିଲା ମଦ ବ୍ୟବସାୟ। ଭୋଜନ ଅପେକ୍ଷା ଅଧିକ ବିକ୍ରି ହେଉଥିଲା ମଦ। ନୟାଗଡ଼ ସହର ନିକଟସ୍ଥ ଲେଙ୍କୁଡ଼ିପଡ଼ା ଛକରେ ଗୁଗୁଲ ହୋଟେଲରେ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ହୋଟେଲ ମାଲିକ ସୁରେଶ ପ୍ରଧାନ ଓ ଦୁଇ କର୍ମଚାରୀ ଯଥା ଚିତ୍ରସେନ ନାୟକ ଏବଂ ହରେକୃଷ୍ଣ ଗଣ୍ଡଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ। ତଲାସୀ ସମୟରେ ହୋଟେଲ ସମ୍ମୁଖରେ ଥିବା ଗୋଟିଏ ଘରୁ ୩ଟି ଡିପ୍ ଫ୍ରିଜରରେ ବିଭିନ୍ନ ବ୍ରାଣ୍ଡର ମୋଟ ୬୨୬ବୋତଲ ବିଦେଶୀ ମଦ ମିଳିଥିଲା। ହୋଲି ଯୋଗୁଁ ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ, ସମ୍ପୃକ୍ତ ବ୍ୟକ୍ତିମାନେ ହୋଲି ପୂର୍ବ ସନ୍ଧ୍ୟାରେ ବିଦେଶୀ ମଦ ବିକ୍ରୟ କରିବା ପାଇଁ ଭଡା ଘରକୁ ବିଦେଶୀ ମଦ ସ୍ଥାନାନ୍ତର କରିଥିଲେ। ଗିରଫ ହୋଇଥିବା ତିନି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ଼ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.