ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

add-all

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ। କର୍ନାଟକରେ ଏହା ସର୍ବାଧିକ ଡ୍ରଗ୍ସ ଜବତ ବୋଲି ପୋଲିସ କହିଛି। ଗିରଫ ମହିଳା ହେଲେ ବାମ୍ବା ଫାଣ୍ଟା (୩୧) ଏବଂ ଅବିଗୈଲ ଆଡୋନିସ୍‌ (୩୦)। ସେମାନେ ଦିଲ୍ଲୀରୁ ଆସି ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚତ୍ଥିବାବେଳେ ସେମାନଙ୍କ ଟ୍ରଲିବ୍ୟାଗ୍‌ରେ ଏମ୍‌ଡିଏମ୍‌ଏ (ମିଥାଇଲିନ୍‌ଡାୟୋକ୍ସିମିଥାମ୍‌ଫେଟାମାଇନ୍‌) ଥିଲା ବୋଲି ମାଙ୍ଗାଲୁରୁ ପୋଲିସ କମିଶନର ଅନୁପମ ଅଗ୍ରଓ୍ବାଲ ଗଣମାଧ୍ୟମକୁ କହିଛନ୍ତି।

ଏଥିସହ ୪ଟି ମୋବାଇଲ ଫୋନ୍‌, ପାସ୍‌ପୋର୍ଟ ଏବଂ ନଗଦ ୧୮,୦୦୦ ଟଙ୍କା ଜବତ କରାଯାଇଛି। ସେମାନେ ଦିଲ୍ଲୀରେ ରହିବା ସହ ଭାରତରେ ଏମ୍‌ଡିଏମ୍‌ଏ ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ। ସେମାନେ ବିମାନ ଯୋଗେ ଡ୍ରଗ୍ସ ପରିବହନ କରୁଥିଲେ। ଏଥିପାଇଁ ଗତବର୍ଷ ଅଭିଯୁକ୍ତ ମହିଳା ୩୭ ଥର ମୁମ୍ବାଇ ଏବଂ ୨୨ ଥର ବେଙ୍ଗାଲୁରୁ ଯାଇଥିଲେ। ଫାଣ୍ଟା ୨୦୨୦ରେ ଏକ ବ୍ୟବସାୟିକ ଭିଜା ବଳରେ ଭାରତ ଆସିଥିବାବେଳେ ଆଡୋନିସ୍‌ ୨୦୧୬ରୁ ଏଠାରେ ରହିଆସୁଛନ୍ତି। ସେମାନେ ପ୍ରାୟ ୨ ବର୍ଷ ହେବ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଅଗ୍ରଓ୍ବାଲ କହିଛନ୍ତି। ୬ ମାସ ପୂର୍ବରୁ ପୋଲିସ ମାଙ୍ଗାଲୁରୁରୁ ୧୫ ଗ୍ରାମ୍‌ ଏମ୍‌ଡିଏମ୍‌ଏ ସହ ହାଇଦର ଅଲି ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏହି ବ୍ୟବସାୟର ମୂଳ ଖୋଜିବାରେ ଲାଗିଥିଲ। ଅଧିକ ତଦନ୍ତ ପରେ ତଦନ୍ତକାରୀ ଅଧିକାରୀ ପିଟର ନାମକ ଜଣେ ନାଇଜେରୀୟ ବ୍ୟକ୍ତିଙ୍କୁ ବେଙ୍ଗାଲୁରୁରୁ ୬ କେ.ଜି. ଏମ୍‌ଡିଏମ୍‌ଏ ସହ ଗିରଫ କରିଥିଲେ।

ad-week
Leave A Reply

Your email address will not be published.