ଔରଙ୍ଗଜେବଙ୍କ ସମାଧି ବୀରତ୍ବର ପ୍ରତୀକ : ସଂଜୟ ରାଉତ

add-all

ମୁମ୍ବାଇ: ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ସମାଧିକୁ ନେଇ ରାଜନୀତି ବଢିଚାଲିଛି ଏବଂ ଏହାର ଉତ୍ତାପ ସମଗ୍ର ଦେଶରେ ଅନୁଭୂତ ହେଉଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ଦାବି କରୁଛନ୍ତି ଏବଂ ଏଥିପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଅନ୍ୟପକ୍ଷରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ଏଭଳି ପ୍ରସଙ୍ଗ ବୋଲି କହୁଛନ୍ତି, ଯାହା ବାତାବରଣକୁ ଖରାପ କରିପାରେ। ଅନ୍ୟପକ୍ଷରେ ସୋମବାର ଶିବସେନା ନେତା ସଞ୍ଜୟ ରାଉତ ଔରଙ୍ଗଜେବଙ୍କ ସମାଧିକୁ ବୀରତ୍ୱର ପ୍ରତୀକ ବୋଲି କହିବା ସହ ଏହାକୁ କେବେ ବି ଭାଙ୍ଗିବା ଉଚିତ ନୁହେଁ ବୋଲି କହିଛନ୍ତି। ଏହାକୁ ନେଇ ଅନ୍ୟ ନେତାମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
ସୋମବାର ସଞ୍ଜୟ ରାଉତ କହିଛନ୍ତି, ଏହା ଔରଙ୍ଗଜେବଙ୍କ ସମାଧି। ଏହା ବୀରତ୍ୱର ପ୍ରତୀକ ଅଟେ । ଏହାକୁ କେବେ ବି ଭାଙ୍ଗିବା ଉଚିତ ନୁହେଁ। ଛତ୍ରପତି ଶିବାଜୀ ମହାରାଜ ଔରଙ୍ଗଜେବଙ୍କ ବିରୁଦ୍ଧରେ ଏକ ମହାଯୁଦ୍ଧ ଲଢ଼ିଥିଲେ । ତାଙ୍କ ପରେ ମଧ୍ୟ ଔରଙ୍ଗଜେବ ୨୫ ବର୍ଷ ଧରି ଲଢ଼େଇ କରିଥିଲେ ମଧ୍ୟ ଜିତି ପାରିନଥିଲେ। ଔରଙ୍ଗଜେବଙ୍କ ସମାଧି ମହାରାଷ୍ଟ୍ରରେ ରହିଛି। ଏହା ମରାଠାମାନଙ୍କ ବୀରତ୍ୱର ପ୍ରତୀକ।

ad-week
Leave A Reply

Your email address will not be published.