ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪ଟି ଶାଖାର ମିଳିତ ସମ୍ମିଳନୀ : ସ୍ଥାନୀୟ ଯୁବକ /ଯୁବତୀଙ୍କୁ ନିଯୁକ୍ତି ଦାବୀ

Independence

ଛତ୍ରପୁର : ଭାରତୀୟ କମୁନିଷ୍ଟ ପାର୍ଟି ଚମାଖଣ୍ଡି ଜୋନର ଚମାଖଣ୍ଡି ଗାଁ. ଚମାଖଣ୍ଡି ଛକ. ସୀତାନଗର ଓ ଏସ.ପାଇକପଡା ଶାଖା ର ମିଳିତ ସମ୍ମିଳନୀ ଯୁବ ନେତା ଗୁରୁନାଥ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ କୃଷକ ଆନ୍ଦୋଳନ ର କର୍ଣ୍ଣ ଧାର ତଥା ବର୍ଷିଆନ କମ୍ୟୁନିଷ୍ଟ ନେତା ବିଶ୍ୱନାଥ ସାହୁ ଙ୍କ ନବମ ସ୍ମୁତିଚାରଣ କରାଯାଇଥିଲା | ଏହି ଶାଖା ସମ୍ମିଳନୀ କୁ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଉଦଘାଟନ କରି ପାର୍ଟିର ତ୍ୟାଗ ବଳିଦାନ ସଂଗ୍ରାମ ର ସତବାର୍ଷିକୀ ପାଳନ ସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଶ୍ରମିକ କୃଷକ ଓ ଜନମାରଣ ନୀତି ବିରୋଧ ରେ ଦୃଢ଼ ଜନଆନ୍ଦୋଳ କରିବାକୁ ଆହ୍ୱାନ ଦେଇଥିଲେ | ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ . ନାରାୟଣ ରେଡ୍ଡୀ ଯୋଗ ଦେଇ ସ୍ଥାନୀୟ ସମସ୍ୟା. ଲୋକଙ୍କ ସମସ୍ୟା ନେଇ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ | ଏହା ସହିତ ବେକାର ଯୁବକ/ ଯୁବତୀ ମାନଙ୍କୁ ସ୍ଥାନୀୟ କାରଖାନା ରେ ନିଯୁକ୍ତି, ସମସ୍ତ ଗରିବ ଲୋକଙ୍କୁ ରାସନ କାର୍ଡ, ଆବାସ ଯୋଜନା ରେ ଗୃହ ଯୋଗାଇବା, ସମସ୍ତଙ୍କୁ ଭତା ବାବଦରେ ୩ହଜାର ଟଙ୍କା କରିବା ପାଇଁ ଜୋରଦାର ଆନ୍ଦୋଳନ କରିବାକୁ ସେ କହିଥିଲେ, ସମ୍ମିଳନୀ ରେ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ. ଯୁବ ନେତା ବିଗ୍ନେଶ୍ୱର ସାହୁ, ଚମାଖଣ୍ଡି ଜୋନ ସମ୍ପାଦକ ସିଏଚ.ଜନାର୍ଦନ ରେଡ୍ଡୀ, ଛତ୍ରପୁର ଜୋନ ସମ୍ପାଦକ ଡି.ଆଦିନାରାୟଣ ରେଡ୍ଡୀ. ଯୁବସଙ୍ଘ ଜିଲ୍ଲା ନେତା କାମଦେବ ନାହାକ, ନାରୀନେତ୍ରୀ ଏନ. ଭାନୁମତି ରେଡ୍ଡୀ. ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ଚମାଖଣ୍ଡି ଜୋନ ସହ ସମ୍ପାଦକ ଏନ . ଗିରିଜା ପ୍ରସାଦ ରେଡ୍ଡୀ ଓ ଆଇନଜୀବୀ ଆଦିତ୍ୟ ମିଶ୍ର ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇଥିଲେ | ଚମାଖଣ୍ଡି ଗାଁ ଶାଖା ନୂତନ ସମ୍ପାଦକ ଭାବେ କେ . ଗଣେଶ ରେଡି, ଚମାଖଣ୍ଡି ଛକ ଶାଖାର ସମ୍ପାଦକ ଭାବେ କେଶବ ବେହେରା. ସୀତାନାଗର ଶାଖାର ସମ୍ପାଦକ ଭାବେ ଗୋପାଳ ପ୍ରଧାନ, ପାଇକପଡା ଶାଖା ର ସମ୍ପାଦକ ଭାବେ ଏସ ହରିହର ରେଡି ନିର୍ବାଚିତ ହୋଇଥିଲେ, ସର୍ବ ପ୍ରଥମେ ପାର୍ଟି ପତାକା କୁ ଏନ . ପାଣ୍ଡେୟ ରେଡି ଉତ୍ତୋଳନ କରିଥିଲେ |

ad-week
Leave A Reply

Your email address will not be published.