ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ପୌରପରିଷଦରେ ଏକାଧିକ ଜଳଛତ୍ର ଉଦଘାଟିତ

add-all

ହିଞ୍ଜିଳିକାଟୁ : ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ଜନ ସାଧାରଣ ଯେପରି ଅଂଶୁଘାତର ଶିକାର ନ ହୁଅନ୍ତି ପୈାରପରିଷଦ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ହିଞ୍ଜିଳିକାଟୁ ବସ ଟର୍ମୀନାଲ ପରିସରରେ ଜନସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ଜଳଛତ୍ର ଖୋଲାଯାଇଛି।

ମଙ୍ଗଳବାର ହିଞ୍ଜିଳିକାଟୁ ପୌରପରିଷଦ ରେ ପୃଥକ ପୃଥକ ଭାବେ ଛଅ ଗୋଟି ସ୍ଥାନରେ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇଛି। ଏହାକୁ ପୈାରପରିଷଦ ଅଧ୍ଯକ୍ଷ ସୁବାସ ଚନ୍ଦ୍ର ପଲେଇ ଏବଂ ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା ମିଳିତ ଭାବେ ଉଦଘାଟନ କରିଥିଲେ।

ଉକ୍ତ ଜଳଛତ୍ର କେନ୍ଦ୍ର ଖୋଲିବା ଦ୍ବାରା ବହୁ ପଥଚାରୀ ଉପକୃତ ହେବେ ବୋଲି ଆଶା କରାଯାଇଛି।ଏହି ଅବସରରେ ପୈାରପରିଷଦ ଯନ୍ତ୍ରୀ ମାନସ ରଞ୍ଜନ ଦାସ,ବରିଷ୍ଠ ସାମ୍ବାଦିକ ଦ୍ବିତୀକୃଷ୍ଣ ପଣ୍ଡା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୈାରପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢିଙ୍କ ସମେତ ପୈାରପରିଷଦ ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.