ମା’ ଶ୍ୟାମଳାଇଙ୍କ ଚୈତ୍ର ପର୍ବ ଆରମ୍ଭ

ହିଞ୍ଜିଳିକାଟୁ, ୧୮/୩ : ଚୈତ୍ର ମାସ ପ୍ରଥମ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖ‌ିବାକୁ ମିଳିଛି । ମଙ୍ଗଳବାର ଭୋରରୁମାଁଙ୍କମାଜଣା ,ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନାତି ସମାପନ ପରେ ପୂଜାର୍ଚ୍ଚନା କରାଯାଇଥିଲା । ସ୍ଵତନ୍ତ୍ର ନୀତି କାନ୍ତି ସହ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ବାର ଖୋଲା ଯାଇଥିଲା । ପବିତ୍ର ଯାତ୍ରା କୁ ନେଇ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମାଆ ଶ୍ୟାମଳାଈ ଙ୍କ ପିଠ ଚଳଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି।ଦୂରଦୂରାନ୍ତରରୁ ଭକ୍ତ ମାନେ ସେମାବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇବା ସହ ମନ୍ଦିର ପ୍ଲାର୍ଶ୍ବରେ ମାନସିକଧାରୀ ମାନେ ନିଜ ନିଜ ଶିଶୁମାନଙ୍କୁ ମୁଣ୍ଡନ କରାଇଥୁବାର ଦେଖୁବାକୁ ମିଳିଥିଲା । ଏପରିକି ମନ୍ଦିର ପରିସରରେ ଭକ୍ତ ମାନଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା । ମନ୍ଦିର ଚତୁର୍ପାର୍ଶ୍ଵରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ ଦୋକାନର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥ‌ିଲା । ଭକ୍ତମାନେ ନିଜ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ମନ୍ଦିର ନିକଟରେ ଭୋଜିଭାତର ଆଯୋଜନକରିଥିବାର ଦେଖ‌ିବାକୁ ମିଳିଥିଲା ।ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ବେଛାସେବୀ ମାନଙ୍କ ପକ୍ଷରୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା I ମଙ୍ଗଳବାର ଭୋରରୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ତ୍ବାବଧାନରେ ଥାନା ଏ ଏସ. ଆଇ. ସୁବାସ ଚନ୍ଦ୍ର ମିଶ୍ର ଓ ତାଙ୍କ ଟିମ୍ ମନ୍ଦିର ପରିସରରେ ପହଞ୍ଚି ଶାନ୍ତି ଶୃଙ୍ଖଳା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ଖରିଡ଼ା ଗ୍ରାମରେ ଅଧିଷ୍ଠିତ ମା’କରେଇଶୁଣୀଙ୍କ ପୀଠ ଓ ମାଁ ତାରାତାରିଣୀଙ୍କ ପୀଠରେ ମଧ୍ୟ ଉକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.