ମାଲକାନଗିରି : ଆଜି ଅଲ ଓଡ଼ିଶା ଆଙ୍ଗନବାଡି ଲେଡିସ ୱାର୍କରସ ଆସୋସିଏସନ ତରଫରୁ ବିଶାଳ ଗଣ ଧାରଣା ଦିଆଯାଇଥିଲା। ଏହି ଗଣଧାରଣାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ସହ ଅଙ୍ଗନବାଡି ସହକର୍ମୀ ଯୋଗ ଦେଇଥିଲେ।ପ୍ରାୟ୩୦୦୦ ରୁ ଉର୍ଦ୍ଧ ଅଙ୍ଗନବାଡି କର୍ମୀ ଓ ସହକର୍ମୀ ମାଲକାନଗିରି ବସ ଷ୍ଟାଣ୍ଡ ଠାରୁ ଜିଲ୍ଲାପାଳ କଯ୍ୟାଳୟ ପଯ୍ୟନ୍ତ ଏକ ବିରାଟ ରେଲି କରାଯାଇ ଗଣଧାରଣା ଦିଆଯାଇଥିଲା।ଅନେକ ଗୁଡିଏ ଦାବି ନେଇ ଏହି ଧାରଣା ଦିଆଯାଇଥିଲା ଦାବି ଗୁଡିକ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ଦିଆଯାଉ। ଅଙ୍ଗନବାଡି କର୍ମୀଙ୍କୁ ୧୮୦୦୦ ଟଙ୍କା ଓ ସହ କର୍ମୀଙ୍କୁ ୯୦୦୦ ଟଙ୍କା ବୃଦ୍ଧି, ଅଙ୍ଗନବାଡି କର୍ମୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ,ଅବସର ପ୍ରାପ୍ତି କର୍ମଚାରୀଙ୍କୁସହାୟତା ରାସି ପ୍ରଦାନ, ବିଭିନ୍ନ ଯୋଜନା ଓ ବିଭିନ୍ନ ସ୍କିମରେ ଅନ୍ତର୍ଭୁକ୍ତ କରାଯାଉ,ଅଙ୍ଗନବାଡି କର୍ମୀ ସରକାରଙ୍କ ସମସ୍ତ ଯୋଜନା ସଫଳ କରିଛନ୍ତି କିନ୍ତୁ ସରକାର କୌଣସି ସରକାରୀ ସହାୟତା ପ୍ରଦାନ କରିନାହାନ୍ତି।ଦାବି ଗୁଡ଼ିକ ପୂରଣ ନହେଲେ ଅଲ ଓଡ଼ିଶା ଆଙ୍ଗନବାଡି ଲେଡିସ ୱାର୍କରସ ଆସୋସିଏସନ ତରଫରୁ ଭୁବନେଶ୍ୱର ଠରେ ଅନିର୍ଦ୍ଧିଷ୍ଟ କାଳ ଧରି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
