କନ୍ଧମାଳ ମହୋତ୍ସବ ପଲ୍ଲୀଶ୍ରୀ ମେଳା ନିମନ୍ତେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା

add-all

ରାଇକିଆ : ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାସ୍ତରୀୟ ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଆରମ୍ଭ ହେବାକୁ ଥିବାବେଳେ ରାଇକିଆ ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଖେଳ ପଡିଆଠାରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏବିଡିଓ ଦିବ୍ୟସିଂହ କହଁର , କନ୍ଧମାଳ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ଜି.ଉଦୟଗିରି ବିଧାୟକ ପ୍ରତିନିଧି ତାରିଣୀ ପରିଛା , ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ, ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ଡ଼ଡିଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ, ରାଇକିଆ ବିଜେପି ସଭାପତି ସନ୍ତୋଷ କୁମାର ପାତ୍ର, ସାହାରା ସଂପାଦକ ସୁକାନ୍ତ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କବାଡି, ଖଖୋ, ଭଲିବଲ, ଫୁଟବଲ୍ ଆଦି ଖେଳରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । କ୍ରୀଡ଼ାରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ମଙ୍ଗଲ ସଂପ୍ରସାରଣ ଅଧିକାରୀ ଉର୍ମିଳା ପ୍ରଧାନ, ଏପିଓ ସମୀର ଦାସ, ଯୋଗାଣ ନୀରିକ୍ଷକ କିରଣ ବେହେରା, ବିପିଏମ୍ କମଲ ପ୍ରସାଦ ନାୟକ, ହରପ୍ରସାଦ ମୁନି ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ କାର୍ତ୍ତିକ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କ୍ରିଡା ଶିକ୍ଷୟତ୍ରୀ ଶ୍ରୀଛନ୍ଦା ପ୍ରଧାନ, ଡି ଜନସୋନ କ୍ରିଡା ପରିଚାଳନା ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.