ଆଉଟ ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ସମାନ କାମକୁ ସମାନ ଦରମା ଦାବୀ

add-all

ଛତ୍ରପୁର : ଆଉଟ ସୋର୍ସିଂ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ଦରମା, ଛଟେଇ ପ୍ରକ୍ରିୟା କୁ ବନ୍ଦ କରିବା ସହ ପୂର୍ବ ସରକାରଙ୍କ ନିଷ୍ପତ୍ତି ତୁରନ୍ତ ଲାଗୁ କରିବା ଦାବୀ ନେଇ ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି | ସେମାନଙ୍କ ଦାବୀ ଯଥା ଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ, ଏହାସହିତ ଆସନ୍ତା ୨୬ ତାରିଖ ରୁ ଭୁବନେଶ୍ୱର ଲୋଏର ପିଏମଜି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି | ଗତ କାଲି ଠାରୁ ଜିଲ୍ଲା ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ଥିବା ଆଉଟ ସୋର୍ସିଂ କର୍ମଚାରୀ ମାନେ କଳାବ୍ୟାଜ ପରିଧ୍ୟାନ କରି କାର୍ଯ୍ୟ କରୁଛନ୍ତି, ଏହି ବିକ୍ଷୋଭ ପ୍ରଦର୍ଶନ ବେଳେଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକ, ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ପ୍ରଶାନ୍ତ କୁମାର ପରିଚ୍ଛା ଙ୍କ ସମେତ ଶତାଧିକ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ପ୍ରାରମ୍ଭ ରେ ଭିଆଇପି ରୋଡ଼ ଠାରୁ ଆଉଟ ସୋର୍ସିଂ କର୍ମଚାରୀ ମାନେ ଏକତ୍ରିତ ହୋଇ ସେମାନଙ୍କ ହକ ନିମନ୍ତେ ଏକ ଶୋଭାଯାତ୍ରା ମାଧ୍ୟମ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ |

ad-week
Leave A Reply

Your email address will not be published.