ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ : ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର : ଭାରତୀୟ ମଜଦୂର ସଂଘ ର ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ ଗଞ୍ଜାମ ଜିଲ୍ଲା ପକ୍ଷରୁ ୧୦ ଦଫା ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏଥିରେ ଶହ ଶହ ଅଙ୍ଗନବାଡି କର୍ମୀ ମାନେ ସାମିଲ ହୋଇ ନିଜ ହକ ନିମନ୍ତେ ରାଜରାସ୍ତା କୁ ଓହ୍ଲାଇବା ସହିତ ରାସ୍ତାର ଉଭୟ ପାର୍ଶ୍ଵ ବନ୍ଦ କରି ଆନ୍ଦୋଳନ କରିଛନ୍ତି l ଯାହା ଫଳରେ ଉଭୟ ପାର୍ଶ୍ଵ ଯାତାୟତ ଠପ ହୋଇଯାଇଛି l ଏନେଇ ଏକ ସମ୍ବଳିତ ଦାବୀ ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଭେଟି ପ୍ରଦାନ କରିଛନ୍ତି, ବିଏମଏସ ଜିନ୍ଦାବାଦ ନାରାବାଜି ଦେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ସରକାରଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ, ସରକାରୀ କର୍ମଚାରୀ ଘୋଷଣା କରିବା, ପରିତୋଷିକ ଯୋଗାଇ ଦେବା, ୩ ମାସର ଟିଏଚଆର ହଟ କୁକ, ଏମଏସପିୱାଇ ବାବଦରେ ଆଗୁଆ ଖର୍ଚ୍ଚ ଯୋଗାଇଦେବା, କେନ୍ଦ୍ର ଗୃହ ଯୋଗାଇଦେବା, ଗୃହ ନ ଦେବା ପର୍ଯ୍ୟନ୍ତ ମାସ କୁ ମାସ ଘର ଭଡା ଯୋଗାଇଦେବା, ଅବସରପ୍ରାପ୍ତ କର୍ମୀ ଓ ସହାୟିକାଙ୍କୁ ରିଟାୟାର୍ଡ଼ ବେନିଫିଟ ଯୋଗାଇଦେବା, ଉନ୍ନତ ଧରଣର ମୋବାଇଲ ନ ଯୋଗାଇବା ପର୍ଯ୍ୟନ୍ତ ପୋଷଣ ଟ୍ରାକର କାମରେ କୋହଳ କରିବା, ଆଜି ସୁଦ୍ଧା କର୍ମୀ ଓ ସହକର୍ମୀଙ୍କ ବକେୟା ପରିତୋଷିକ ଯୋଗାଇଦେବା, ସବୁ ଜିଲ୍ଲା ପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏସ ଏନ ପି ଅଣ୍ଡା ୫ ଦିନ ବଦଳରେ ୩ ଦିନ କରିବା ଏବଂ ବର୍ଷକୁ ବର୍ଷ ସେମାନଙ୍କୁ ଶାଢ଼ୀ ପଇସା ଯୋଗାଇଦେବା ନିମନ୍ତେ ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି l ଏହି ବିକ୍ଷୋଭ ପ୍ରଦର୍ଶନ ରେ ଅଲ ଓଡିଶା ଅଙ୍ଗନବାଡି ଲେଡିସ ୱାର୍କର୍ସ ଆସୋସିଏସନ ର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ହେମଲତା ମହାନ୍ତି, ସମ୍ପାଦିକା ବାସନ୍ତୀ କୁମାରୀ ପ୍ରଧାନ, ସଂଗଠନ ମନ୍ତ୍ରୀ ଅମିତା ରାଉତ ଓ ଭାରତୀୟ ମଜଦୂର ସଂଘ ର ଜିଲ୍ଲାସଭାପତି ଡ଼ଃ ଭବନୀ ଶଙ୍କର ଦାଶ, ଜିଲ୍ଲା ସମ୍ପାଦକ ଉମା ଶଙ୍କର ସାହୁ, ସଂଗଠନ ସମ୍ପାଦକ ଗୋପାଳକୃଷ୍ଣ ସ୍ୱାଇଁ, ଉପସଭାପତି ଅର୍ଜୁନ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ ଓ ବିଜୟ କୁମାର ପାତ୍ର ଏବଂ ଅନ୍ୟାନ୍ୟ ନେତୃରୀ ବୃନ୍ଦ ମାନେ ସାମିଲ ଥିଲେ l ପ୍ରାରମ୍ଭରେ ନିଜ ହକ ନିମନ୍ତେ ସ୍ଥାନୀୟ ଡିଆରଡିଏ ଛକ ଠାରୁ ଶହ ଶହ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ l

nis-ad
Leave A Reply

Your email address will not be published.