ହିଞ୍ଜିଳିକାଟୁ ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଉତ୍ସବ

add-all

ହିଞ୍ଜିଳିକାଟୁ : ସ୍ଥାନୀୟ ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳଣା, ରାମାନୁଜନ ଗଣିତ କ୍ଲବ, ଅବଦୁଲ କାଲାମ ବିଜ୍ଞାନ କ୍ଲବ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ବିଜ୍ଞାନ ସେମିନାର, ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହା ସହ ଛୋଟ ପିଲାଙ୍କ ନିପୁଣ ଭାରତ ମେଳା , ଭାରତୀୟ ଭାଷା ଉତ୍ସବ, ଯୁବ ଏବଂ ସବୁଜ ବାହିନୀ ଦ୍ଵାରା ଏକକ ବ୍ୟବହୃତ ପ୍ଲାଷ୍ଟିକ କୁ ନା, ଆବର୍ଜନା ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଲିଙ୍ଗରାଜ ସେନାପତି, ବିଦ୍ୟାଳୟ ଆଲୁମିନି କମିଟିର ସଭାପତି ଦ୍ଵିତୀକୃଷ୍ଣ ପଣ୍ଡା, ଉପ ସଭାପତି ପର୍ଶୁରାମ ସାହୁ, ଶିକ୍ଷକ ଅଜୟ କୁମାର ପାଠି ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ରଜନୀ କାନ୍ତ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିବା ସହ ସେମାନଙ୍କ ପ୍ରକଳ୍ପକୁ ପ୍ରଶଂସା କରିଥିଲେ ।

ad-week
Leave A Reply

Your email address will not be published.