ଧର୍ମପରାୟଣ ମହିଳାଙ୍କ ପରଲୋକ

youtube

ହିଞ୍ଜିଳିକାଟୁ ୨୦/୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ଲାଲ ବାହାଦୁର ମାର୍ଗ ନିବାସୀ ଧର୍ମପରାୟଣ ମହିଳା ଵାଉରି ପାଢି ଙ୍କ ଗୁରୁବାର ୭୯ ବର୍ଷ ରେ ପରଲୋକ ହୋଇଯାଇଛି l ସେ କିଛି ଦିନ ହେଲା ଅସୁସ୍ଥ ଥିଲେ ସେ ଜଣେ ମିଷ୍ଠ ଭାଷୀ ପରୋପକାରୀ ମହିଳା ଭାବରେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ଥିଲେ । ମୃତ୍ୟୁ ଖବର ପାଇ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର ଙ୍କ ସହ ବହୁ ମାନ୍ୟଗଣ୍ୟ ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୃତ୍ୟୁଶର୍ଯ୍ୟା ନିକଟରେ ତାଙ୍କର ସୁପୁତ୍ର ହିଞ୍ଜିଳି ବିଧାୟକ ଙ୍କ ପୈାରପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢି ,ବୋହୁ,ନାତୀଓ ଆତ୍ମୀୟ ସଜନ ଉପସ୍ଥିତ ଥିଲେ।

Leave A Reply

Your email address will not be published.