କୁହୁଳୁଛି ବିଜେପି ରେ ଥିବା ଗୋଷ୍ଠୀ କନ୍ଦଳ :ସାଂସଦ ଙ୍କ ଗୋଟି ଚାଳନା ରେ ମନ୍ତ୍ରୀ ଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା…!

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ରାଜନୈତିକ ପାଣି ପାଗରେ ପରିବର୍ତ୍ତନ ହେବାର ଆଭାସ ବର୍ତ୍ତମାନ ରାଜଧାନୀ ରେ ଚର୍ଚ୍ଚା ହେଲାଣି। ସାଧାରଣ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବିଧାୟକ ଓ ସାଂସଦ ମାନଙ୍କ ମନ ମିଶୁ ନଥିବା ଆଲୋଚନା ହେଉଛି। ଗୋଷ୍ଠି କନ୍ଦଳ ବାହାରେ ଚର୍ଚ୍ଚା ନ ହେଲେ ବେ ଦିଲ୍ଲୀର ଆଖି ଗଞ୍ଜାମ ଜିଲ୍ଲା ଉପରେ ରହିଛି। ଜିଲ୍ଲାର ଜଣେ ସାଂସଦ ଜଣେ ମନ୍ତ୍ରୀଙ୍କ ସମ୍ପର୍କ ରେ ସମସ୍ତ ତଥ୍ୟ ଦିଲ୍ଲୀରେ ଦେବା ପରେ ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ପଦ ଯିବ ବୋଲି ବିରୋଧିଙ୍କ ମହଲ ରେ ଏବେ ଚର୍ଚ୍ଚା ହେଉଛି। ମନ୍ତ୍ରୀ ନିଜ ବିଭାଗ ସମ୍ଭାଳି ପାରୁନଥିବା ଯୋଗୁଁ ସରକାର ସମାଲୋଚନା ର ଶିକାର ହେବାକୁ ପଡୁଥିବା ନେଇ ଆଲୋଚନା ହେଉଛି। ଜିଲ୍ଲାର କିଛି ବିଧାୟକ ଦଳ ପାଇଁ ଚିନ୍ତା ନକରି ନିଜ କଥା ଚିନ୍ତା କରିବା ଯୋଗୁଁ ଦଳୀୟ ସଂଘଠନ ଧୀରେ ଧୀରେ ଦୁର୍ବଳ ହେଉଛି। ବିଜେଡ଼ି ର ଆତ୍ମୋ ବିଭୋର ଓ ପରିବର୍ତ୍ତନର ସୁଯୋଗ ରେ ବିଜୟୀ ହୋଇଥିବା ବିଧାୟକ ମାନଙ୍କ ଅସଲ ପରୀକ୍ଷା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜଣାପଡିବ । ରାଜ୍ୟରେ ମନ୍ତ୍ରୀ ମାନଙ୍କ ବିଭାଗ ଅଦଳ ବଦଳ ବେଳେ କିଛି ମନ୍ତ୍ରୀଙ୍କ ପଦ ଯିବା ସମ୍ଭାବନା ଥିବା ଚର୍ଚ୍ଚା ହେଲାଣି। ଦେଖାଯାଉ ଏହି କଳିରେ କିଏ ବଳୀ ପଡୁଛି ଦେଖିବାକୁ ବାକିରହିଲା। ଜିଲ୍ଲାରେ ବର୍ତ୍ତମାନ ବିଜେପି ରେ ଥିବା ଗୋଷ୍ଠୀ କନ୍ଦଳ କୁହୁଳୁଛି, ବିଧାୟକ ଓ ସାଂସଦ ଙ୍କ ମଧ୍ୟରେ ତାଳ ମେଳ ଖାଉନି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l କିଛି ବିଧାୟକ ମନ୍ତ୍ରୀ ପଦ ପାଇଁ ଅଣ୍ଟା ବି ଭିଡ଼ିଲେଣି ଏହି ନିଆଁ ରେ ଘିଅ ଢାଳୁଛନ୍ତି ଦଳୀୟ ସାଂସଦ l ରାଜ୍ୟରୁ ଦିଲ୍ଲୀ ଯାଏ ଏହାକୁ ନେଇ ଚର୍ଚ୍ଚା ସାଂସଦ ନିଜ ବିଶ୍ୱସ୍ତ ବିଧାୟକ ଙ୍କୁ କିପରି ମନ୍ତ୍ରୀ ପଦ ମିଳିବ ତାହାକୁ ନେଇ ରଣନୀତି ଆରମ୍ଭ ହେଲାଣି ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି l ଜଦି ଆଗାମୀ ଦିନରେ ମନ୍ତୀ ପଦ ଅଦଳ ବଦଳ ହୁଏ ତେବେ ଜିଲ୍ଲାରେ ଥିବା ଜଣେ ମନ୍ତ୍ରୀ ଙ୍କ ପଦ ଯାଇ ପାରେ ବୋଲି ଚାହା ଖଟିରେ ଚର୍ଚ୍ଚା ହେଉଛି l

nis-ad
Leave A Reply

Your email address will not be published.