
ବ୍ରହ୍ମପୁର: ପୂର୍ବରୁ ବଡ଼ ବଡ଼ ସହରରେ ବଡ଼ ବଡ଼ିଆ ମାନେ ହୁକ୍କା ବ୍ୟବହାର କରୁଥିଲେ। ଆଜି କାଲି ଏହା ଏକ ଫେସନ ହେବା ସହ ସମ୍ଭ୍ରାନ୍ତ ପରିବାର ଲୋକେ ଓ କଲେଜ ପଢୁଆ ଯୁବକଓ ଯୁବତୀ ମାନଙ୍କୁ ହୁକ୍କାବାର ଗୁଡି଼କରେ ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ରେଶମ ସହର ବ୍ରହ୍ମପୁର ସହର ରେ ପୋଲିସ ର ବଡ଼ ଧରଣର ଚଢ଼ାଉ ପରେ ଜଣାପଡିଛି। ଏଭଳି ହୁକ୍କାବାର ଆମ ରାଜ୍ୟରେ ଭୁବନେଶ୍ୱର ଓ କଟକ ରେ ପୂର୍ବରୁ ଚାଲିଥିବାର ନଜିର ରହିଛି। ହେଲେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଚୋରା ଚୋରା ବାଲି,ମଦ ଓ ଜୁଆ ଖେଳରୁ ଆଦାୟ ଅର୍ଥରେ ହୁକ୍କାବାର ଯାଇ ଉକ୍ତ ବ୍ୟକ୍ତି ବିଶେଷ ମାନେ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟକୁ ହୁକ୍କା ସାହାଯ୍ୟରେ ଧୂଆଁ ଛାଡୁଥିବା ଦେଖିବାକୁ ମିଳୁଛି। ଅଧିକ ନିଶା ପାଇଁ ବହୁ ଯୁବ ପୀଢ଼ି ମାନଙ୍କ ହୁକ୍କାବାର ରେ ଆଡ୍ଡା ଜମାଉଥିବା ଲକ୍ଷକରାଯା ଇଛି। ହୁକ୍କାବାର କୁ ଯିବା ଆଜିକାଲି ଏକ ଷ୍ଟାଇଲ ରେ ପରିଗଣିତ ହେଲାଣି। ଗତ ଗୁରୁବାର ଦିନ ବ୍ରହ୍ମପୁର ପୋଲିସ ର ବଡ଼ ବାବୁଙ୍କ ପାଖରେ ହୁକ୍କାବାର ଚାଲିଥିବା ଖବର ପହଁଞ୍ଚିବା ପରେ ତିନି ଚାରୋଟି ଥାନାର ଅଧିକାରୀ ମାନଙ୍କ ସହ ବ୍ରହ୍ମପୁର ର ହୁକ୍କାବାର ଉପରେ ଅତର୍କିତ ଚଢ଼ାଉ

କରାଯାଇଥିଲା। ବ୍ରହ୍ମପୁର ବଡ଼ ବଡ଼ ହୋଟେଲ ଓ ବାର ରେ ଏଭଳି ହୁକ୍କାବାର ଚାଲିଥିବା ନେଇ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା। ଗଞ୍ଜାମ ଜିଲ୍ଲାର ଗୋପାଳପୁର, ଛତ୍ରପୁର, ଓ ଜାତୀୟ ରାଜପଥ କଡରେ ଥିବା ବିଭିନ୍ନ ହୋଟେଲ ରେ ଏବେ ବି ହୁକ୍କାବାର ଚାଲିଥିବା ଅଭିଯୋଗ ହେଉଛି। କେତେକ ହୁକ୍କାବାର ରେ ଡ୍ରଗ୍ସ ଭଳି ମାରାତ୍ମକ ନିଶା ଦ୍ରବ୍ୟର କାରବାର ହେଉଥିବା ରୀତିମତ ଅଭିଯୋଗ ହୋଇ ଆସୁଛି। ବିଳମ୍ବ ରେ ହେଲେ ବି ପୋଲିସ ଏଭଳି ଚଢ଼ାଉ କୁ ନେଇ ବ୍ରହ୍ମପୁର ଲୋକେ ସ୍ୱାଗତ କରିଛନ୍ତି। ପ୍ରକାଶ ଥାଉକି ବ୍ରହ୍ମପୁର ପୋଲିସ ର ମିଳିତ ଚଢ଼ାଉ ୭ ଟି ଜାଗାରେ ଚଢ଼ାଉ ହୋଇଥିଲା ଏବଂ ସେଠାରୁ ସତଚାଳିଶି ହୁକ୍କା ପାତ୍ର ଏବଂ ଷ୍ଟାଣ୍ଡ ଜବତ କରିଛି ପୋଲିସ l ଏହାକୁ ନେଇ ସ୍ଥାନୀୟ ବି. ଏନ. ପୁର ଥାନାରେ କେସ ନୁମ୍ବର 145 ଓ 146 ଦୁଇଟି ଯାହାକି ପିୟୁଷ ଜେନା ର ସିଟି ଡେନ ରେଷ୍ଟରାଣ୍ଟ ଏବଂ ଟାଟା ବେଞ୍ଚ ଛକରେ ଥିବା ସୁବ୍ରତ ଜେନା ର ବେକ ବେଞ୍ଚର ରେଷ୍ଟରାଣ୍ଟ, ସେହିଭଳି ବ୍ରହ୍ମପୁର ଟାଉନ ଥାନା ଅଧିନସ୍ତ ଚାରୋଟି ଜାଗାରେ ଚଢ଼ାଉ ହୋଇଥିଲା ଯାହାର କେସ ନୁମ୍ବର 115,116, 117,ଏବଂ 118 ପଞ୍ଜିକରଣ ହୋଇଛି ଯାହାକି କୃଷ୍ଣ ପ୍ରସାଦ ଚୌଧୁରୀ ଙ୍କ ଦ. ଡିସି ହାଉସ ଯାହାକି ପୁରୁଣା ବସଷ୍ଟାଣ୍ଡ ନିକଟ ଭି ଟୁ ସପିଙ୍ଗ ମୋଲ ର ଦ୍ୱତୀୟ ମହଲା, ଆର. ସି ଚର୍ଚ୍ଚ ରୋଡ଼ ନିକଟ ରେ ଲିଖିତ ଯୁମୁଲା ଙ୍କ ବୋନ ଆପେଟିଟ, ସାଇ କମ୍ପ୍ଲେକ୍ସ ରେ ଥିବା ରବୀନ୍ଦ୍ର ଚୌଧୁରୀ ଙ୍କ ଲେବେଲ -3 ରେଷ୍ଟରାଣ୍ଟ, ଗିରିଜା ଛକ ନିକଟରେ ଥିବା Md ଜିଆ ଉଦ୍ଧିନ ସାଦବ ଙ୍କ ଖଟି ରେଷ୍ଟରାଣ୍ଟ ଏବଂ ବଡବଜାର ଥାନା ଅଞ୍ଚଳ ରେ ଥିବା ଚାନ୍ସଲେ୍ର ବାର ଆଣ୍ଡ ରେଷ୍ଟରାଣ୍ଟ ଯାହାକି ୟୁ ଲୋକନାଥ ପାତ୍ର ପିତା ରମେଶ ପାତ୍ର ପୁରୁଣା ବ୍ରହ୍ମପୁର କେସ ନୁମ୍ବର 126/20.3.2025 ରେ ପଞ୍ଜିକୃତ ହୋଇଛି ଏଠାରୁ ଅନେକ ହୁକ୍କା ପାତ୍ର ଏବଂ ହୁକା ପାଇଁ ବ୍ୟବହାର ସାମଗ୍ରୀ ପୋଲିସ ଜବତ କରିଛି l

