ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

add-all

ସାଲେପୁର : ଅଭିନବ ଉପାୟରେ ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏନେଇ କଟକ ଜଗତପୁର ଥାନାରେ ମାମଲା ରୁଜୁ ହୋଇଛି ।  ଅଭିଯୋଗ ଅନୁଯାୟୀ, ସାଲେପୁର ବ୍ଲକ ପାଟପୁର ଗାଁର ପାରେଶ୍ଵର ରାଉତରାୟ ଗ୍ରୋସରୀ ଦୋକାନ କରି ପରିବାର ପୋଷଣ କରନ୍ତି। ସାଙ୍ଗମାନଙ୍କ ସହ ପୁରୀ ବୁଲି ଫେରିବା ସମୟରେ ଗ୍ରୋସରି ଦୋକାନର କିଛି ଜିନିଷ କିଣିବା ପାଇଁ ଜଗତପୁରରେ ଏସବିଆଇ ଏଟିଏମ କାଉଣ୍ଟର ଯାଇ ୨୦ ହଜାର ଟଙ୍କା ଉଠାଇ ଥିଲେ ।

ଟଙ୍କା ଉଠାଇବା ସମୟରେ ଫୋନ ଆସିବାରୁ ସେ ଅନ୍ୟମନସ୍କ ହୋଇପଡ଼ିଥିଲେ । ଏହି ସୁଯୋଗରେ ଏଟିଏମ କାଉଣ୍ଟର ଭିତରେ ଥିବା ଅଜଣା ଯୁବକ ପାରେଶ୍ଵରଙ୍କୁ ଏକ ଏଟିଏମ କାର୍ଡ ଧରାଇ ପଳାଇଥିଲା । ଘରକୁ ଆସିବା ପରେ ତାଙ୍କ ଫୋନକୁ ଏକ ମେସେଜ ଆସିଥିଲା । ଏଥିରୁ ସେ ଜାଣିବାକୁ ପାଇଥିଲେ ଯେ ଖୋର୍ଦ୍ଧା ସାଇ ଏଣ୍ଟରପ୍ରାଇଜେସ ରୁ ସ୍ୱାପ କରି ୭୫ ହଜାର ଟଙ୍କା ଏବଂ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଏଟିଏମରୁ ଦଶ ଦଶ ହଜାର କରି ଦୁଇଥର ମୋଟ୍ ୯୫ ହଜାର ଟଙ୍କା କିଏ ଉଠାଇନେଇଛି। ଏନେଇ ପାରେଶ୍ଵର ରାଉତରାୟ ଜଗତପୁର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.