ବାର୍‌ ଡ୍ୟାନ୍ସ କଟକଣା ମାମଲା: ଅଦାଲତରେ ଜବାବ ରଖିଲେନି ସରକାର

youtube

କଟକ: ଓଡ଼ିଶା ଅବକାରୀ ଆଇନ-୨୦୨୪ ଆଧାରରେ ଭୁବନେଶ୍ୱରର ବିଭିନ୍ନ ଠିପିଖୋଲା ବାର୍ ଡ୍ୟାନ୍ସରେ ଲଗାଯାଇଥିବା କଟକଣାକୁ ବିରୋଧ କରି ରୁଜୁ ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କଲେ ନାହିଁ। ଗୁରୁବାର ସଂଧ୍ୟା ସୁଦ୍ଧା ଜବାବ ଦାଖଲ ହୋଇଯିବ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏହି ଜବାବ ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରି ନଥିଲା।

ହାଇକୋର୍ଟ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ କ୍ଷୁବ୍ଧ ହେବା ସହ ରାଜ୍ୟ ସରକାର ଜବାବ ଦିଅନ୍ତୁ ବା ନଦିଅନ୍ତୁ ଆସନ୍ତା ୨୪ ତାରିଖରେ ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ୱରର ହୋଟେଲ୍‌ ଏକାମ୍ର ଠିପି ଖୋଲା ମଦ ବାର୍‌ ଏବଂ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଜବାବ ରଖିବାକୁ ୩ଥର ସମୟ ନେଇ ସାରିଲେଣି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶରତ କୁମାର ଗଜେନ୍ଦ୍ର ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.