ପାରାଦୀପ ବନ୍ଦରରେ ୨ ଜାହାଜ ଓସିମ ଜାଡେ ଏବଂ ଓସିମ ମୋର୍ଗାନାଇଟ ଗିରଫ

add-all

ଜଗତସିଂହପୁର/କଟକ: ପାରାଦୀପ ବନ୍ଦରରେ ୨ ଜାହାଜ ଓସିମ ଜାଡେ ଏବଂ ଓସିମ ମୋର୍ଗାନାଇଟକୁ ଗିରଫ କରିଛି ପୁଲିସ। ଦୁଇ ଜାହାଜକୁ ଗିରଫ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୪୨୮ କୋଟି ଟଙ୍କା ପ୍ରାପ୍ୟ ଦାବିରେ ଆଲଫର୍ଡ ମେରାଇନ ଲିମିଟେଡ ପକ୍ଷରୁ ହାଇକୋର୍ଟରେ ଦାୟର କରା ଯାଇଥିଲା ମାମଲା । ଏହି ମାମଲାର ଶୁଣାଣି କରିବା ଓଡ଼ିଶା ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେବା ପରେ ପୁଲିସ ଉକ୍ତ ଦୁଇ ଜାହାଜକୁ ଗିରଫ କରିଥିବା ଜଣାଯାଇଛି।

ଚୁକ୍ତି ଉଲ୍ଲଂଘନ ଓ ବ୍ୟାବସାୟିକ ବିବା‌ଦକୁ ନେଇ ଆଲ୍‌ଫାର୍ଡ ‌ମାରିଟାଇମ ଲିମିଟେଡ୍ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଓସିନ ଜାଡେ ଓ ଓସିନ୍ ମୋର୍ଗାନାଇଟ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଜାହାଜର ଆରେଷ୍ଟ ପାଇଁ ନିର୍ଦ୍ଦେଶ ଦିଆ ନ ଯାଏ ତେବେ ଆବେଦନକାରୀଙ୍କ ମାମଲା ଅର୍ଥହୀନ ହୋଇଯିବ ଓ ଅପୂରଣୀୟ କ୍ଷତି ହୋଇ ପାରେ ବୋଲି ହାଇକୋର୍ଟ ମତ ଦେବା ସହିତ ତୁରନ୍ତ ଓସିନ ଜାଡେ ଓ ଓସିନ ମୋର୍ଗାନାଇଟ ଜାହାଜକୁ ପାରାଦୀପ ବନ୍ଦରରେ ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ମାମଲାରେ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଏପ୍ରିଲ ୩୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ad-week
Leave A Reply

Your email address will not be published.