ଜଜ୍‌ଙ୍କ ଘରୁ ବିପୁଳ ଟଙ୍କା: ଏହି କଥାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଜଗଦୀପ ଧନକର

add-all

ନୂଆଦିଲ୍ଲୀ: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କା ଉଦ୍ଧାର ହେବା ବିଷୟରେ ଏବେ ଚର୍ଚ୍ଚାର ପରିସର ଭିତରେ ରହଛି। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ତା’ପରେ ଏହି କଥା ଚାରିଆଡ଼େ ବ୍ୟାପି ଯାଇଥିଲା।

ଏବେ ଏ ସଂପର୍କରେ ମତ ରଖିଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ଧନକର। ଏ ସବୁ ଭିତରେ ଯାହା ତାଙ୍କୁ ସବୁଠାରୁ ବିବ୍ରତ କରୁଛି, ତାହା ହେଲେ ଏହି କଥା ଲୋକଲୋଚନକୁ ଆସିଲା ନାହିଁ କିପରି?

ଧନକର କହିଛନ୍ତି, ‘‘ଘଟଣାଟି ଘଟିଥିଲା ​​କିନ୍ତୁ ତୁରନ୍ତ ଜଣାପଡ଼ିଲା ନାହିଁ କେମିତି? ଯଦି ଏପରି ଘଟଣା ଜଣେ ରାଜନେତା, ଜଣେ ପ୍ରଶାସନ ଅଧିକାରୀ କିମ୍ବା ଜଣେ ଶିଳ୍ପପତିଙ୍କ ସହ ଜଡିତ ହୋଇଥାନ୍ତା, ତେବେ ସମ୍ପୃକ୍ତ ବ୍ୟକ୍ତି ତୁରନ୍ତ ‘ଟାର୍ଗେଟ’ ହୋଇଥାନ୍ତେ। ଏହି ମାମଲା ଜଣାପଡ଼ିଲାନି କିପରି?’’

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ କଲେଜିୟମ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛି। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱରେ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ ହାଇକୋର୍ଟକୁ ଫେରାଇବାକୁ ସୁପାରିଶ କରିଛନ୍ତି।

ସୂଚନା ଅନୁଯାୟୀ, ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ବିପୁଳ ପରିମାଣର ଟଙ୍କା ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ମାମଲା ବିଷୟରେ ସୂଚନା ପାଇବା ପରେ, ସିଜେଆଇ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

ad-week
Leave A Reply

Your email address will not be published.