ବ୍ରହ୍ମପୁର ମହାନଗରେ ରହିଥିବା ପୋଖରୀର ପୁନଃ ଉଦ୍ଧାର ପାଇଁ କମିସିନର ଙ୍କୁ ଦାବିପତ୍ର

add-all

ବ୍ରହ୍ମପୁର : ବ୍ରହ୍ମପୁର ମହାଜଗର ନିଗମ ଅଧୀନରେ ଥିବା ସମସ୍ତ ପୋଖରୀ ଗୁଡିକ ସଫାକରିବା ନିମନ୍ତେ ଅନୁରୋଧ କରିଛି ସଂଘ। ଚଳିତ ବର୍ଷ ଦଣ୍ଡଯାତ୍ରା ଆସନ୍ତା ୨୫ତା ରିଖ ଆରମ୍ଭ ହେବ। ବ୍ରହ୍ମପୁର ମହାନଗର ବଣ୍ଡ ଯାତ୍ରା ର କେନ୍ଦ୍ର ସ୍ଥଳୀ ରହିଛି । ପ୍ରାୟ ପ୍ରତ୍ୟକ ଛକ, ବଜାର ମା ଦଣ୍ଡ କାଳୀଙ୍କ ଭକ୍ତ ମାନସିକ ଧାରୀଙ୍କ ଦ୍ଵାରା ଦଣ୍ଡନାଚ ଆୟୋଜିତ ହୋଇଥାଏ। ମାନସିକ ଧାରି ଦଣ୍ଡଆ କେବଳ ପୋଖରୀ ରେ ପ୍ରାୟ ଦିନକୁ ଚାରି ପାଞ୍ଚ ଥର ବିଧି ଅନୁଯାୟୀ ପୂଜାର୍ଚ୍ଚନା କରିଥାନ୍ତି।ଏଭଳି ପରିସ୍ଥିତିରେ ପୋଖରୀ ଅବସ୍ଥା ଶୋଚନୀୟ ରହିଥିବା ଯୋଗୁଁ ଦଣ୍ଡଯାତ୍ରା ସମୟରେ ଅସୁବିଧା ହେବ ବୋଲି ଅଭିଯୋଗ କରିଛି ସଂଘ।ତେଣୁ ତୁରନ୍ତ ବ୍ରହ୍ମପୁର ମହାନଗର ନିଗମ ରେ ଥ‌ିବା ସମସ୍ତ ପୋଖରୀ ଗୁଡିକ ସଫାକରି ବିଶୋଧନ କଲେ ହଜାରେ ହଜାର ମାନସିକ ଧାରୀ ଉପକୃତ ହେବେ ବୋଲି କହିଛି ମହାସଂଘ।

ad-week
Leave A Reply

Your email address will not be published.