ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳ ଯାତ୍ରାରେ ଆଦାନୀ ଫାଉଣ୍ଡେସନର ସହଯୋଗ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳ ଯାତ୍ରା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲାବେଳେ ଏଥିରେ ସହଯୋଗର ହାତ ବଢାଇଛି ଆଦାନୀ ଫାଉଣ୍ଡେସନ। ଆଜି ଏକ ବିଶେଷ ମୂହର୍ତରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡାଙ୍କୁ ଆଦାନୀ ଫାଉଣ୍ଡେସନ ତରଫରୁ ୬ ଲକ୍ଷ୍ୟ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ଗୋପାଳପୁର ବନ୍ଦରର ବିଜନେସ ମୁଖ୍ୟ ଶ୍ରୀ ସନ୍ଦୀପ ଜୈସୱାଲ ଏହି ଚେକ୍ ଶ୍ରୀ ପରିଡାଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଶ୍ରୀ ଜୈସୱାଲ କହିଛନ୍ତି ଯେ ଏହି ସହଯୋଗ ଗଞ୍ଜାମ ଜିଲ୍ଲାର ସାଂସ୍କୃତିକ ଐତିହର ସଂରକ୍ଷଣ ସହ ସ୍ଥାନୀୟ ପରମ୍ପରାକୁ ପ୍ରୋଚ୍ଛାହନ କରିବ ଯାହା ଆଦାନୀ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳ ଯାତ୍ରା ଭଳି ଏକ ପୁରାତନ ସାଂସ୍କୃତିକ କାର୍ଯକ୍ରମ ସହିତ ଯୋଡି ହୋଇଥିବାରୁ ଆଦାନୀ ଫାଉଣ୍ଡେସନ ନିଜକୁ ଗର୍ବିତ ଅନୁଭବ କରୁଛି ବୋଲି ଶ୍ରୀ ଜୈସୱାଲ କହିଥିଲେ।
ଶ୍ରୀ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲାପାଳ, ଗଞ୍ଜାମ, ଆଦାନୀ ଫାଉଣ୍ଡେସନର ଏହି ସହଯୋଗକୁ ପ୍ରଶଂସା କରିବାସହ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ତଥା ଅନ୍ୟାନ୍ୟ ଜରୁରୀ ସେବାକୁ ଉନ୍ନତ କରିବା ଆଦି କ୍ଷେତ୍ରରେ ଏହି ପାଣ୍ଠିର ସୁବିନିଯୋଗ କରାଯିବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ବନ୍ଦରର ଶିଳ୍ପ ସମ୍ପର୍କ ମୁଖ୍ୟ, ଶ୍ରୀ ଭକ୍ତ ବନ୍ଧୁ ଶତପଥୀ ଏବଂ ସିଏସଆର ବିଭାଗ ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ର ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.